କନକ ବ୍ୟୁରୋ : ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀଙ୍କ ବାସଭବନ ଆଗରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ । ଚାଷ ବଞ୍ଚାଓ, ଚାଷୀ ବଞ୍ଚାଓ ନାରା ଦେଇ ପ୍ରତିବାଦ କରିଛି ସଂଗଠନ । ମଣ୍ଡି ସମସ୍ୟା, ଧାନ କିଣାରେ ଅନିୟମିତତା ଓ କଟନୀ ଛଟନୀକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି । ଅନ୍ୟପଟେ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଛି ପୋଲିସ । ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ ଓ ସେମାନଙ୍କୁ ତାଙ୍କ ହକ୍ ମିଳୁ ବୋଲି ସେମାନେ ଦାବି କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp