କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଦେଖିବାକୁ ମିଳିଲାଣି ରାଜନୈତିକ ଉଷ୍ମତା । ଝାରସୁଗୁଡ଼ା ବିଧାନସଭା ଆସନରେ ନବ ଦାସ ପୁଣିଥରେ ଲଢ଼ିବେ ନା ନାହିଁ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏକ ଜନ ସମାବେଶକୁ ଉଦବୋଧନ ଦେବା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପରୋକ୍ଷରେ କହିଛନ୍ତି ଯେ ଆଗାମୀ ଦିନରେ ଝାରସୁଗୁଡ଼ାର ନେତୃତ୍ୱ ନେବେ ତାଙ୍କ ଝିଅ ଦୀପାଲି ଦାସ । ଭାଷଣରେ ନବ ଦାସ କହିଥିଲେ ଯେ ଆମ ପିଢ଼ି ପରେ ଝିଅ ଦୀପାଲି ଦାସଙ୍କ ଭଳି ପିଢି ନେତୃତ୍ୱ ନେବେ । ଯଦିଓ ଝିଅ ନିର୍ବାଚନରେ ଲଢ଼ିବା କଥା ନବ ଦାସ ସିଧାସଳଖ କହିନାହାନ୍ତି, କିନ୍ତୁ ତାଙ୍କ କଥାରୁ ଏତିକି ସ୍ପଷ୍ଟ ଯେ ଦୀପାଳି ହିଁ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ତେବେ ଦୀପାଲିଙ୍କ ନିର୍ବାଚନ ଲଢ଼ିବା କଥାକୁ ଗଣମାଧ୍ୟମ ଆଗରେ ଏଡ଼ାଇ ଦେଇଛନ୍ତି ନବ ଦାସ । କହିଛନ୍ତି, ଦୀପାଲି ନିର୍ବାଚନ ଲଢ଼ିବେ କି ନାହିଁ, ତାହା ଲେକେ ନିଷ୍ପତି ନେବେ । ତା’ଛଡ଼ା ଆମର ଦଳର ସବୁ ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି । ତେଣୁ ସେ ଯାହା ନିଷ୍ପତି ନେବେ, ତାହା ହିଁ ଫାଇନାଲ ବୋଲି ନବ ଦାସ କହିଛନ୍ତି ।

Advertisment