ନବ ଦାସଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ଜେରା କରାଯାଇଥିବା ସୂଚନା: ଥାନାରେ ୨ ଘଣ୍ଟାରୁ ଅଧିକ ସମୟ ଧରି କ୍ରାଇମବ୍ରାଞ୍ଚ ଟିମର ପଚରାଉଚରା

7,181

କନକ ବ୍ୟୁରୋ: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ମାମଲାରେ ପିଏସଓ ଓ ଡ୍ରାଇଭରଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି । ବ୍ରଜରାଜନଗର ଥାନାରେ ଦୁଇ ଘଂଟାରୁ ଅଧିକ ସମୟ ଧରି କ୍ରାଇମବ୍ରାଂଚ ଟିମ ପଚରାଉଚରା କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ସୂଚନା ମିଳିଛି । ନବ ଦାସ ହତ୍ୟାକାଣ୍ଡ ମାମଳାରେ ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ୩୫ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି ।