କ୍ରାଇମବ୍ରାଞ୍ଚ ହାତରେ ଲାଗିଲା କାଗଜ : ପାଇଖାନା କମଡରେ ଫ୍ଲସ୍ କରିଦେଇଥିଲା ଗୋପାଳ; ଖୋଲିବ କି ନବ ଦାସ ହତ୍ୟାକାଣ୍ଡର ରହସ୍ୟ ?

927

କନକ ବ୍ୟୁରୋ : କ୍ରାଇମବ୍ରାଞ୍ଚ ହାତରେ ଗୋପାଳର ରହସ୍ୟ କାଗଜ । ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କିରୁ କାଗଜ ମିଳିଲା । କ୍ରାଇମବ୍ରାଞ୍ଚ ହାତରେ କିଛି କାଗଜ ଲାଗିଛି । କାଗଜରେ ଲୁଚି ରହିଥାଇପାରେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ? ସ୍ୱରେଜ ଟାଙ୍କି ଖୋଳିଲା ପରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଗୋପାଳ ପାଇଖାନା କମଡରେ ଫ୍ଲସ୍ କରିଦେଇଥିଲା କାଗଜ । ଗତକାଲିଠାରୁ କାଗଜ ଖୋଜୁଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ସବୁଠାରୁ ବଡ କଥା ହେଉଛି, ହତ୍ୟାକାଣ୍ଡର କାରଣ କାଗଜରେ ଥିବା ଗୋପାଳ କହିଛି । ରିମାଣ୍ଡରେ ଦ୍ୱିତୀୟ ଦିନରେ ଗୋପାଳ ଗୁମର ଖୋଲୁଛି ।

ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣା ପରେ ପୋଲିସ ଅଭିଯୁକ୍ତକୁ ବିମାନବନ୍ଦର ଥାନାକୁ ଆଣିିିଥିଲା । ଏହିଠାରେ ଅଧିକ ସମୟ ରହିବା ଭିତରେ ଅଭିଯୁକ୍ତ ପାଖରେ ଥିବା କିଛି କାଗଜକୁ ଥାନା ଭିତରେ ଥିବା ପାଇଖାନାରେ ପକାଇ ଫ୍ଲସ ମାରିଦେଇଥିଲେ । ତେଣୁ ସେହି କାଗଜଟି ପାଇଖାନା ଟାଙ୍କିରେ ରହିଥିବାରୁ ତଦନ୍ତକାରୀ ଟିମ୍ ଲାଟିନ୍ ଟାଙ୍କି ଖୋଳିଛି । ଆଉ ସେହି କାଗଜକୁ ପାଇଥିବା ସୂଚନା ରହିଛି । ଏବେ ସେହି କାଗଜପତ୍ରକୁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ତଦନ୍ତକାରୀ ଦଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରିପାରେ ସିନ୍ ରିକ୍ରିଏସନ୍ ।