ସମ୍ବଲପୁରରେ ଟ୍ରିପଲ ମର୍ଡର ଘଟଣା : କିଏ ଓ କାହିଁକି କଲା ହତ୍ୟା ? ଖିଅ ଖୋଜୁଛି ପୋଲିସ; ନିଖୋଜ ଥିବା ଭଡାଟିଆ ଉପରେ ପୋଲିସର ନଜର

201

କନକ ବ୍ୟୁରୋ : ସମ୍ବଲପୁର ଟ୍ରିପଲ ମର୍ଡର ଘଟଣାର ଖିଅ ଖୋଜୁଛି ପୋଲିସ । କିଏ ଓ କାହିଁକି କଲା ହତ୍ୟା ? ତିନି ଜଣଙ୍କୁ ମାରିଲା କିଏ ? କାହିଁକି ଏପରି ନୃସଂଶ ଭାବେ ମା’ ଓ ଦୁଇ ପିଲାଙ୍କୁ ହତ୍ୟା କଲା ଅଭିଯୁକ୍ତ । ଏସବୁ ଘଟଣା ପଛରେ ଫେରାର ଥିବା ଭଡାଟିଆଙ୍କ ଉପରେ ସନ୍ଦେହ ବଢିବାରେ ଲାଗିଛି ।

ସଲମାନ ଅହମ୍ମଦ ନାଁରେ ସେ ମୃତକଙ୍କ ଘରେ ରହୁଥିବା ବେଳେ ଗତ କିଛି ମାସ ତଳେ ଗୁରଦୀପ ସିଂହ ନାଁରେ ଏକ ମାମଲାରେ ଗିରଫ ହୋଇଥିଲା । ଯାହାକୁ ନେଇ ପୋଲିସ ଏବେ ଅଡୁଆରେ ପଡ଼ିଛି । ସଲମାନ୍ ନା ଗୁରଦୀପ, କେଉଁ ନାଁରେ ପୋଲିସ ସନ୍ଦିଗ୍ଧକୁ ଖୋଜିବ ତାକୁ ନେଇ ଅଡୁଆରେ ବଢିଛି । ସନ୍ଦିଗ୍ଧକୁ ଧରିବା ପାଇଁ ଗୋଟିଏ ଟିମ୍ ରାଜ୍ୟ ବାହାରକୁ ଯାଇଛି । ଶନିବାର ରାତିରେ ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଂଚଳରେ ବନ୍ଦ ଘରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗତକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବାହାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।