ରହସ୍ୟ ଘେରରେ ସ୍ୱାସ୍ଥ୍ୟମନ୍ତ୍ରୀ ରୋଷେୟାଙ୍କ ମୃତ୍ୟୁ: ଆତ୍ମହତ୍ୟା ନା ଅନ୍ୟ କାରଣ ବଢ଼ୁଛି ସନ୍ଦେହ

193

କନକ ବ୍ୟୁରୋ: ଲଳିତ ସାହୁ, ଘର ଢେଙ୍କାନାଳ । ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଭାବେ କାମ କରୁଥିଲେ । ୧୭ ତାରିଖରେ ମନ୍ତ୍ରୀଙ୍କ ଝାରସୁଗୁଡା ବାସଭବନ ପଛ ପଟେ ଥିବା ଷ୍ଟାଫ କ୍ୱାର୍ଟରୁ ଝୁଲନ୍ତା ଅବସ୍ଥାରେ ଲଲିତଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଉ ସେହି ଦିନ ରାତିରେ ତାଙ୍କର ଶବ ବ୍ୟବଛେଦ ହୋଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ନିୟମ ଅନୁସାରେ କୌଣସି ପ୍ରକାର ଜରୁରୀ ପରିସ୍ଥିତିରେ ଶବବ୍ୟବଚ୍ଛେଦ କରିବାକୁ ନିୟମ ଥିବାବେଳେ ଏମିତି କଣ ଜରୁରୀ ପରିସ୍ଥିତି ଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ଏହି ଘଟଣାରେ ଥିବା ସମସ୍ତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଦଳ ।

ଲଳିତଙ୍କ ସହ ତାଙ୍କ ବଡ ଭାଇ ଏକାଠି ରହୁଥିଲେ । ଘରକୁ ରାତିରେ ଫେରିବା ପରେ ସାନ ଭାଇ ଲଳିତଙ୍କ ମୃତ୍ୟୁ ହୋଇଛି ବୋଲି ଜାଣିବାକୁ ପାଇଥିଲେ । ଏହାପରେ ଝାରସୁଗୁଡା ଟାଉନ ଥାନାରେ ଏତଲା ଦେଇଥିଲେ । ଯେଉଁଥିରେ ସେ ଲେଖିଥିଲେ ଆଶିଷ ଧାର କରଜରେ ବୁଡି ରହିଥିଲେ । ଅନ୍ୟପଟେ ପୋଲିସର ସୂଚନା ଅନୁସାରେ ଲଳିତଙ୍କ ଆକାଉଂଟକୁ ବିଭିନ୍ନ ଲୋକେ ୭ ଲକ୍ଷ ଟଙ୍କା ପଠାଇଥିଲେ ।

ଯଦି ଧାର କରଜରେ ଲଳିତ ବୁଡି ରହି ଏଭଳି ଚରମ ପଦକ୍ଷେପ ନେଲେ ତାହାଲେ ରାତି ଅଧରେ କାହିଁକି ହେଲା ଶବ ବ୍ୟବଚ୍ଛେଦ? କାହା ନିର୍ଦ୍ଦେଶରେ ନିୟମକୁ ଉଲ୍ଲଂଘନ କଲା ହସ୍ପିଟାଲ କର୍ତ୍ତୃପକ୍ଷ? ଜବତ ହୋଇଥିବା ଲଳିତଙ୍କ ମୋବାଇଲ ଘଟଣା ଉପରୁ ପରଦା ହଟାଇବ ତ?