ବିବାଦିତ ଅଯୋଧ୍ୟା ଭୂଇଁରେ ଧାର୍ମିକ ଏକତାର ପ୍ରତୀକ ! ରାମ ଲଲାଙ୍କ ବସ୍ତ୍ର ତିଆରି କରନ୍ତି ମୁସଲମାନ !

33

ବିବାଦୀୟ ବାବ୍ରି ମସଜିଦ୍ ଢାଂଚା ଭାଙ୍ଗିବା ଆଜିର ଦିନରେ ଅର୍ଥାତ୍ ୬ଡିସେମ୍ବରରେ ହୋଇଥିଲା । ୨୫ବର୍ଷର ଏହି ପୂରୁଣା ବିବାଦ ସମ୍ବନ୍ଧରେ ସମସ୍ତେ ଅବଗତ, ମାତ୍ର ରାମ ଲଲାଙ୍କ ସହ ଜଡିତ କିଛି ତଥ୍ୟ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏଭଳି ଘଟଣା ଅଟେ ଯାହାକି ଧାର୍ମିକ ଏକତାର କାହାଣୀ ପ୍ରତିପାଦନ କରେ । ବିବାଦିତ ଜମିକୁ ହିନ୍ଦୁ ସମ୍ପ୍ରଦାୟର ଲୋକ ରାମଙ୍କ ଜନ୍ମଭୂମି ଦର୍ଶାଉଥିବା ବେଳେ ମୁସଲିମ ଏହାକୁ ନିଜର ଧାର୍ମିକ ସ୍ଥଳ ବୋଲାଉଥିଲେ । ଏହି କାରଣରୁ ଦୁଇ ଧର୍ମ ମଧ୍ୟରେ ଲମ୍ବା ସମୟ ଧରି ବିବାଦ ଲାଗି ରହିଥିଲା । ରାଜନୈତିକ ଦଳ ନିଜର ହିତ ସାଧନ ନିମନ୍ତେ ଏହି ବିବାଦର ଅପବ୍ୟବହାର ମଧ୍ୟ କରିଥିଲେ । ଆସନ୍ତୁ ଜାଣିବା ରାମ ଲଲାଙ୍କ ସମ୍ବନ୍ଧିତ ଆଶ୍ଚର୍ଯ୍ୟ କରିଦେଲା ଭଳି କିଛି ତଥ୍ୟ ।

୧. ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁସାରେ ରାମ ଲଲାଙ୍କ ବସ୍ତ୍ର ତିଆରି କରିବା ଠାରୁ ଆରମ୍ଭ କରି ଆଲୋକ ଏବଂ ସୁରକ୍ଷା ବ୍ୟବସ୍ଥାରେ ଅଛନ୍ତି ୩ଜଣ ମୁସଲିମ ।

୨. ରାମ ଲଲାଙ୍କୁ ଛଅ ସ୍ତରୀୟ ସୁରକ୍ଷା ମଧ୍ୟରେ ରଖାଯାଇଛି । ଝଡ ତୋଫାନ କାରଣରୁ ବିଜୁଳି ତାର କଟିଗଲେ ଲୋକନିର୍ମାଣ ବିଭାଗ ଏଠାରେ ଅବଦୁଲ ୱାହିଦଙ୍କୁ ମନେ ପକାଇ ଥାଆନ୍ତି ।

୩. ରାମ ଲଲାଙ୍କର ଯେତେବେଳେ ବସ୍ତ୍ର ବଦଳା ଯାଇଥାଏ ସେହି ସମୟରେ ସାଦିକ ଅଲ୍ଲୀ ରାମ ଲଲାଙ୍କୁ ବସ୍ତ୍ର ପିନ୍ଧାଇ ଥା’ନ୍ତି । ଅନେକ ବର୍ଷ ଧରି ସାଦିକ ରାମ ଲଲାଙ୍କ କୁର୍ତ୍ତା, ସଦରୀ, ପଗଡି ଏବଂ ପାଇଜାମା ପ୍ରସ୍ତୁତ କରୁଛନ୍ତି ।

୪. ରାମଲଲାଙ୍କ ସହ ଅଯୋଧ୍ୟାର ଅନେକ ମନ୍ଦିରର ବିଜୁଳି ବ୍ୟବସ୍ଥାର ଭାର ମେହବୁବଙ୍କ କାନ୍ଧରେ ରହିଛି ।

୫. ଅବଦୁଲ , ସାଦିକ ଏବଂ ମେହେବୁବ ବର୍ଷ ବର୍ଷ ବ୍ୟାପି ରାମ ଲଲାଙ୍କ ମନ୍ଦିରକୁ ସୁରକ୍ଷା ପ୍ରଦାନ କରୁଛନ୍ତି ।

୬. ଅବଦୁଲ ୱାହିଦଙ୍କୁ ମନ୍ଦିର ସୁରକ୍ଷା ଯୋଗୁଁ ପ୍ରତିଦିନ ୨୫୦ଟଙ୍କା ମିଳୁଛି ।

୭. ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତଙ୍କ ପାଇଁ ପୋଷାକ ପ୍ରସ୍ତୁତ କରନ୍ତି କିନ୍ତୁ ରାମ ଲଲାଙ୍କ ବସ୍ତ୍ର ପ୍ରସ୍ତୁତ କରିବାରେ ଅଧିକ ଆନନ୍ଦ ମିଳୁଥିବା ସାଦିକ କହିଛନ୍ତି ।

୮. ଭଗବାନ ସମସ୍ତଙ୍କ ପାଇଁ ଏକ । ରାମ ମନ୍ଦିର- ବାବ୍ରି ମସଜିଦ ବିବାଦର ସବୁ ଦଳ ସଦସ୍ୟଙ୍କ ବସ୍ତ୍ର ପ୍ରସ୍ତୁତ କରିଥିବା ସାଦିକ କହିଛନ୍ତି । ସେଥିମଧ୍ୟରୁ ହନୁମାନକଢି ମନ୍ଦିର ପ୍ରମୁଖ ରାମଚନ୍ଦ୍ର ଦାସ ପରମହଂସ ମଧ୍ୟ ସାମିଲ ଅଛନ୍ତି ।
( ଜୀ-ନ୍ୟୁଜ୍ )