ମୁମ୍ବାଇରେ ରିଲିଜ୍ ହେଲା ପୁରୁଷ ହକି ବିଶ୍ୱକପର ଥିମ୍ ସଙ୍ଗ ଜୟ ହିନ୍ଦ ଇଣ୍ଡିଆର ଭିଡିଓ । ହୁକ୍ ଷ୍ଟେପ ଚ୍ୟାଲେଞ୍ଜ ବିଜେତାଙ୍କୁ ସମ୍ମାନିତ କଲେ ଏ.ଆର. ରେହମାନ

233

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଜମୁଛି ୧୬ ଟିମ୍ ମଧ୍ୟରେ ଟକ୍କର । ଗ୍ରୁପ ରାଉଣ୍ଡରେ ମୁକାବିଲା ଚାଲିଥିବା ବେଳେ ସେପଟେ ମୁମ୍ବାଇରେ ଆଜି ରିଲିଜ୍ ହୋଇଛି ବିଶ୍ୱକପ୍ ହକିର ଥିମ୍ ସଂଗର ଜୟ ହିନ୍ଦ ଇଣ୍ଡିଆର ଭିଡିଓ । ଏ.ଆର. ରେହମାନଙ୍କ ସଂଗୀତ ସଂଯୋଜନାରେ ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ଏହି ଗୀତକୁ ସୁନ୍ଦର ଭାବରେ ଭିଡିଓରେ ମଧ୍ୟ ଉପସ୍ଥାପିତ କରାଯାଇଛି । ଏହି ଅବସରରେ ବହୁ ବିଶିଷ୍ଟ ହକି ଖେଳାଳିଙ୍କ ସହ ହକି ଇଣ୍ଡିଆର କର୍ମକର୍ତା ଓ ବିଶ୍ୱକପ୍ ଆୟୋଜକ ଓଡିଶା ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।


ଏହି ଅବସରରେ ହୁକ୍ ଷ୍ଟେପ୍ ଚାଲେଞ୍ଚର ବିଜେତା ଅବିନାଶ ପଟ୍ଟନାୟକ ଓ ଅଂଶୁମାନ ବିଶ୍ୱାଳଙ୍କୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଅଟୋଗ୍ରାଫ ଥିବା ଜର୍ସି ପ୍ରଦାନ କରିଥିଲେ ଏ.ଆର. ରେହମାନ । ଆଉ ଏହାସହ ହକିକୁ ବାସ୍ତବରେ ଜାତୀୟ ଖେଳର ମାନ୍ୟତା ମିଳିଛି ବୋଲି କହିଛନ୍ତି ବରିଷ୍ଠ ହକି ଖେଳାଳି ।