ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା: ଜାଣନ୍ତୁ କେମିତି କରିବେ ପଞ୍ଜିକରଣ

94

କନକ ବ୍ୟୁରୋ: ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ଯବାନ ମାନଙ୍କ ସ୍ମୃତିରେ ଏକ ରାଜ୍ୟ ସ୍ତରୀୟ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଇଛୁକ ପ୍ରତିଯୋଗୀମାନେ ୧୦୧ ଟଙ୍କା ପ୍ରତିଯୋଗିତା ଶୁଳ୍କ ଦେଇ ନିଜ ନାମ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ କରିବା ପାଇଁ ଫୋନ ନମ୍ବର ନିମ୍ନରେ ଦିଆଯାଇଛି।

ପଞ୍ଜିକରଣ କରିସାରିବା ପରେ ପ୍ରତିଯୋଗୀ ମାନେ ଦ୍ଵିତୀୟ ରାଉଣ୍ଡକୁ ସିଲେକ୍ସନ ପାଇଁ ୩ ମିନିଟର ଏକ ଭଜନ କିମ୍ବା ଦେଶାତ୍ମବୋଧକ ସଙ୍ଗୀତ ନିଜ କଣ୍ଠରେ ଗାଇ ତାହାର ଅଡିଓ କିମ୍ବା ଭିଡ଼ିଓ ଆମକୁ ଆସନ୍ତା ୩୦ ସେପ୍ଟେମ୍ବର ପୂର୍ବରୁ ନିମ୍ନରେ ଦିଆଯାଇଥିବା ଫୋନ ନମ୍ବରରେ ପଠାଇବେ।

ଦ୍ୱିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଫୋନ ଯୋଗେ ଜଣେଇ ଦିଆଯିବ । ଦ୍ଵିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନେ ଭୁବନେଶ୍ୱରରେ ମଞ୍ଚ ଉପରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇବେ। ମଞ୍ଚରେ ସଙ୍ଗୀତ ପରିବେଷଣ କରିସାରିବା ପରେ ସେମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀ ବଛାଯିବ। କୃତି ପ୍ରତିଯୋଗୀମାନେ ମହାମହିମ ରାଜ୍ୟପାଳଙ୍କ ହାତରୁ ପୁରସ୍କାର ପାଇବାର ସୁଯୋଗ ପାଇପାରିବେ। ୯୮୫୩୪୦୧୮୦୨ ନମ୍ବରରେ ଫୋନ ପେ କିମ୍ବା ଗୁଗୁଲ ପେ କରି ନିଜ ନାମ ପଞ୍ଜିକରଣ କରିପାରିବେ ଓ ଏହି ନମ୍ବରରେ ନିଜ ଗୀତ ପଠାଇବେ।