ବିଭତ୍ସ… ରାଉରକେଲାରେ ହୋଟେଲ ମାଲିକଙ୍କୁ ହତ୍ୟା

ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ ମିତଲଙ୍କୁ ହତ୍ୟା କରାଯାଇଛି  ।

232

କନକ ବ୍ୟୁରୋ : ରାଉରକେଲାରେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ଘରେ ପଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ ମିତଲଙ୍କୁ ହତ୍ୟା କରାଯାଇଛି  । ଲୁହାରଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଜମିଜମା ବିବାଦ ଓ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପ୍ଲାଂଟ ସାଇଟ ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଜାରି ରଖିଛି ।

ସିସିଟିଭିରେ କଏଦ ହୋଇଛି ହତ୍ୟାକାରୀଙ୍କ ଭିଡ଼ିଓ । ୨ଟି ବାଇକରେ ୩ ଜଣ ଦୁର୍ବୁତ ଆସିଥିବା ଭିଡିଓରୁ ଜଣାପଡୁଛି  । ପ୍ରଥମେ ଏକ ଧଳା ରଂଗର ସ୍କୁଟର ଆସି ଘର ସାମନାରେ ଅଟକୁଛି । ଏହା ପଛକୁ ଅନ୍ୟ ଏକ ବାଇକରେ ୨ ଜଣ ଦୁର୍ବର୍ୁତ୍ତ ଘର ସାମନା ଦେଇ ଆଗକୁ ଯାଉଛନ୍ତି । ଧଳା ସ୍କୁଟରରୁ ବାହାରି ଜଣେ ବ୍ୟକ୍ତି ସଜ୍ଜନ ମିତଲଙ୍କ ଘର ଭିତରକୁ ପଶୁଛନ୍ତି । କିଛି ସମୟରେ ସେ ବାହାରକୁ ବାହାରୁଥିବା ବେଳେ ପୂର୍ବରୁ ବାହାରେ ଥିବା ଅନ୍ୟ ଦୁଇ ଦୁର୍ବୁତ୍ତ ତାଙ୍କ ପାଖରେ ପହଚିିଂଛନ୍ତି । ହତ୍ୟାକାଣ୍ଡ ଘଟାଇ ଅତି ସହଜରେ ୩ ଦୁର୍ବୃତ୍ତ ସେଠାରୁୁ ଫେରାର ହୋଇଯାଉଛନ୍ତି । ହତ୍ୟାକାରୀଙ୍କୁ ଧରିବାରେ ଏହି ସିସିଟିଭି ଫୁଟେଜ ବଡ଼ ସୁରାଗ ହୋଇପାରେ ବୋଲି ଅନୁମାନ କରାଯାଉଛି ।