ଧାନ ତଳି ଗାଈ ଖାଇଦେଲା ବୋଲି ହତ୍ୟା । ଜମି ମାଲିକଙ୍କୁ ଗାଈ ମାଲିକଙ୍କ ପତ୍ନୀ ତେଣ୍ଟା ଭୁସି ହତ୍ୟା କରିଥିବା ଅଭିଯୋଗ ।

ଧାନ ତଳି ଗାଈ ଖାଇଦେଲା ବୋଲି ହତ୍ୟା । ଜମି ମାଲିକଙ୍କୁ ଗାଈ ମାଲିକଙ୍କ ପତ୍ନୀ ତେଣ୍ଟା ଭୁସି ହତ୍ୟା କରିଥିବା ଅଭିଯୋଗ ।

କନକ ବ୍ୟୁରୋ : ଗାଈ ଧାନ ତଳି ଖାଇଦେଲା ବୋଲି ହତ୍ୟା । ଅନୁଗୁଳରୁ ଏଭଳି ଏକ ଖବର ଆସିଛି । ବଅଁରପାଳ ଥାନା ନାରାୟଣଚନ୍ଦ୍ରପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗାଁର ଫଡ଼ି ନାଏକଙ୍କ ଜମିରୁ ଧାନ ତଳି ଖାଇ ଦେଇଥିଲା ଗାଈ । ଯାହାକୁ ନେଇ ଗାଈ ମାଲିକ ସୁଶାନ୍ତ ନାଏକଙ୍କ ସହ ଫଡ଼ି ନାଏକଙ୍କ ଝଗଡା ହୋଇଥିଲା । ତେବେ ରାତି ପ୍ରାୟ ୯ ଟା ବେଳେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା । ସୁଶାନ୍ତ ଓ ସ୍ତ୍ରୀ ଉତ୍ୟକ୍ତ ହୋଇ ଏକ କଟୁରୀ ଓ ତେଂଟା ସାହାଯ୍ୟରେ ଜମି ମାଲିକ ଫଡ଼ିଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଫଡ଼ି ନାଏକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣକାରୀ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe