ଗାଁ ସଭାରେ ଯୁବକଙ୍କ ଉନ୍ମତ କାଣ୍ଡ । ଘରୋଇ କଳିକୁ ନେଇ ଗାଁରେ ଚାଲିଥିଲା ବୈଠକ, ଉତ୍ୟକ୍ତ ଯୁବକ କଲା ଛୁରାମାଡ, ୨ ଜଣଙ୍କ ମୃତ୍ୟୁ

448

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୩୩ ଗ୍ରାମରେ ଯୁବକଙ୍କ ଉନ୍ମତ କାଣ୍ଡ । ଯୁବକଙ୍କ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଘରୋଇ କଳିକୁ ନେଇ ଗାଁରେ ବୈଠକ ଚାଲିଥିଲା । ସଭା ଚାଲିଥିବା ବେଳେ ହଠାତ୍ ଜଣେ ଯୁବକ ଉତକ୍ଷିପ୍ତ ହୋଇ ଉପସ୍ଥିତ ଲୋକଙ୍କ ଉପରେ ଛୁରାରେ ଆକ୍ରମଣ କରିଥିଲା । ୬ ଜଣ ଆହତ ହୋଇଥିବା ବେଳେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକଙ୍କ ନାଁ ବିଶ୍ୱନାଥ ରାୟ ଓ ମାଧବୀ ରାୟ । ଆହତମାନଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରିକୁ ପଠାଇ ଦିଆଯାଇଛି । ହତ୍ୟାକାଣ୍ଡ ଘଟାଇଥିବା ଯୁବକଙ୍କୁ ଗ୍ରାମାବାସୀମାନେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।