ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସୂଚନା ।

252

କନକ ବ୍ୟୁରୋ : ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗଂଜାମ ଗୋଳନ୍ଥରାରେ ନାବାଳିକାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାର ତଦନ୍ତ କରି ଏଭଳି କିଛି ତଥ୍ୟ ଦେଇଛି ବ୍ରହ୍ମପୁର ପୁଲିସ । ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ନାବାଳିକାଙ୍କୁ ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରିଛନ୍ତି ।

ନାବାଳିକା ଜଣଙ୍କ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉରରାୟ ସୂଚନା ଦେଇଛନ୍ତି । ତାଙ୍କ ମୁଣ୍ଡ, ମୁହଁ ଓ କାନକୁ ଇଟାରେ ଛେଚି ଦେଇଥିବେ । ଗତ ୨୮ ତାରିଖରେ ଗୋଳନ୍ଥରା ଅଂଚଳରେ ଏଭଳି ଏକ ଜଘନ୍ୟ ଘଟଣା ଘଟିଥିଲା । ନାବାଳିକା ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।