ଇଶାନ କିଷାନଙ୍କ ଦମଦାର ବ୍ୟାଟିଂ । ୯ ୱିକେଟରେ ବିଜୟ ହାସଲ କଲା ମୁମ୍ବାଇ । ଶୀର୍ଷ ସ୍ଥାନ ବଜାୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

222

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଇଶାନ କିଷାନଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ଏହି ମ୍ୟାଚରେ ୯ ୱିକେଟରେ ବିଜୟ ହାସଲ କରିଛି । ବିଜୟ ହାସଲ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ବ୍ୟାଟିଂ ପାଇଁ ଆସିଥିଲା । ହେଲେ ଦିଲ୍ଲୀ ବ୍ୟାଟ୍ସମ୍ୟାନମାନେ ସଫଳ ହୋଇପାରିନଥିଲେ । ଦିଲ୍ଲୀ ପକ୍ଷରୁ ଆୟର ୨୫ ଓ ପନ୍ତ ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୧୦ ରନ କରିଥିଲା ।

୧୧୧ର ସହଜ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ । ମୁମ୍ବାଇ ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ମୁମ୍ବାଇ ପକ୍ଷରୁ ଇଶାନ କିଷାନ ୭୨ ଓ ଡିକକ ୨୬ ରନ କରିଥିଲେ । ଫଳରେ ଦଳ ୧୪ ଓଭର ୨ଟି ବଲ ଖେଳି ଏହି ବିଜୟ ଲ କ୍ଷ୍ୟ ହାସଲ କରିଥିଲା