ଜାହାଜରେ ରେଭ୍ ପାର୍ଟି ଘଟଣା: ଏନସିବି ହେଫାଜତରେ ଶାହାରୁଖଙ୍କ ପୁଅ, ଡ୍ରଗ୍ସ ନେଉଥିବା ଆର୍ଯ୍ୟାନ୍ ସ୍ୱୀକାର କରିଥିବା ସୂଚନା

219

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୂଚନା  । ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କୁ ହେଫାଜତରେ ନେଇଛି ଏନସିବି । ଜେରା ସମୟରେ  ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ଯ୍ୟାନ ସ୍ୱୀକାର କରିଥିବା ସୂଚନା ମିଳିଛି । ଏହାସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି ଏନସିବି ପଚରାଉଚୁରା ଚଳାଇଥିବା ଖବର ମିଳିଛି । ଏହି ଖବର ପରେ ଯଦିଓ ଶାହାରୁଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଆର୍ଯ୍ୟାନଙ୍କୁ ମୁକୁଳାଇବାକୁ ନାମକରା ଓକିଲ ସତୀଶ ମାନସିଂଧେଙ୍କ ଶାହାରୁଖ ଯୋଗାଯୋଗ କରିଥିବା ଖବର ମିଳିଥିଲା । ଏହାପରେ ମାନସିଂଧେ ଏନସିବିର କାର୍ଯ୍ୟାଳୟରେ ଥିବା ଜଣାପଡିଛି । 

ଏନସିବିର ପ୍ରାଥମିକ ସୂଚନା ମୁତାବକ, ପ୍ରଥମେ ପଚରାଉଚୁରା ସମୟରେ ଶହାରୁଖଙ୍କ ପୁଅ ଅର୍ଯ୍ୟାନ୍ ସେଠାକୁ କେବଳ ଅତିଥି ଭାବେ ଯାଇଥିବା କହିଥିଲେ । କ୍ରୁଜରେ କୌଣସି ଡ୍ରଗ୍ସ ପାର୍ଟି ଚାଲଇଥିବା ସେ ଜାଣିନଥିଲେ । ଜାହାଜରେ ଯିବା ପାଇଁ ତାଙ୍କ ଠାରୁ କୌଣସି ଶୁଳ୍କ ମଧ୍ୟ ନିଆଯାଇନଥିବା ମଧ୍ୟ ଆର୍ଯ୍ୟାନ୍ କହିଥିଲେ ।