ମୁମ୍ବାଇ ଡାକ୍ତରଙ୍କୁ ତୃତୀୟଥର ପାଇଁ ହେଲା କରୋନା । ଟିକା ନେବା ପରେ ୨ ଥର ହୋଇଛନ୍ତି ଆକ୍ରାନ୍ତ । ଦ୍ୱନ୍ଦ୍ୱ ବଢ଼ାଇଲା ବାରମ୍ବାର ସଂକ୍ରମଣ

181

କନକ ବ୍ୟୁରୋ: ମୁମ୍ବାଇ ଜଣେ ଡାକ୍ତରଙ୍କୁ ତିନି ତିନ ଥର କରୋନା ସଂକ୍ରମଣ ହେବା ଭଳି ଖବର ସାମ୍ନାକୁ ଆସିଛି  । ସମ୍ପୃକ୍ତ ଡାକ୍ତର ଜଣକ ଟିକାର ଦୁଇଟି ଡୋଜ୍ ମଧ୍ୟ ନେଇ ସାରିଛନ୍ତି, ହେଲେ ଏହା ପରେ ବି ସେ ବାରମ୍ବାର କରୋନା ସଂକ୍ରମଣର ଶୀକାର ହୋଇଛନ୍ତି  । ଏହି ବାରମ୍ବାର ସଂକ୍ରମଣ ଖବର ପରେ ଦ୍ୱନ୍ଦ୍ୱ ବଢ଼ାଇଛି  । ତେଣୁ ଜିନୋମ ସିକ୍ୱେନ୍ସିଂ ପାଇଁ ତାଙ୍କର ନମୁନା ସଂଗ୍ରହ କରାଯାଇଛି  ।