ସିନେମା ‘କବୀର ସିଂହ’ କୁ ନେଇ ମୁମ୍ବାଇରେ କେସ୍ କଲେ ଡାକ୍ତର ! ସିନେମାକୁ ପ୍ରେକ୍ଷାଳୟରେ ରୋକିବା ପାଇଁ କଲେ ଦାବି ।

354

ଶାହିଦ୍ କପୁରଙ୍କ ଅଭିନିତ ସିନେମା ‘କବୀର ସିଂହ’ ଯେବେଠାରୁ ରିଲିଜ୍ ହୋଇଛି ସିନେ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ଏହି ସିନେମାରେ ସାହିଦ୍ କପୁରଙ୍କ ଚରିତ୍ର ଏବଂ ସିନେମାରେ ଦର୍ଶାଯାଇଥିବା ଜୀବନଶୈଳୀକୁ ସମସ୍ତେ ଆଲୋଚନା କରିଛନ୍ତି । ମହିଳାଙ୍କ ଉପରକୁ ହାତ ଉଠାଇବା,ଚାକୁ ମାଧ୍ୟମରେ ଡରାଇ ପୋଷାକ ଖୋଲିବା ଏବଂ ମଦୁଆ ହିରୋ ଦର୍ଶକଙ୍କୁ ପସନ୍ଦ ଆସୁନାହିଁ । ଏବେ ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ଏହି ସିିନେମାକୁ ନେଇ ଆଲୋଚନା କରାଯାଉଥିଲା କିନ୍ତୁ ଏବେ ଫିଲ୍ମରେ ଅଧିକାରୀକ ଆଲୋଚନା କରାଯାଇଛି । ରିପୋର୍ଟ ଅନୁସାରେ ମୁମ୍ବାଇର ଜଣେ ଡାକ୍ତର ସିନେମାର ଡାକ୍ତରଙ୍କ ଛବିକୁ ଭୁଲ୍ ଦିଗରେ ଦେଖାଇଥିବା ନେଇ ଆଲୋଚନା କରିଛନ୍ତି । ପୋଲିସ୍ ରେ କେସ୍ କରି ଡାକ୍ତରଙ୍କୁ ନେଇ ଚିତ୍ରିତ ହୋଇଥିବା ଫିଲ୍ମ ପ୍ରଦର୍ଶନକୁ ରୋକିବା ପାଇଁ କୁହାଯାଇଛି ।

ତେବେ ଡାକ୍ତର ଜଣକ ସ୍ୱାସ୍ଥ୍ୟମନ୍ତ୍ରୀ,ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ , ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଫିଲ୍ମ ପ୍ରମାଣନ ବୋର୍ଡକୁ ମଧ୍ୟ ପତ୍ର ଲେଖିଛନ୍ତି । ସିନେମାରେ ସାହିଦ୍ କପୁର ମଦ ପିଇ ଅପରେସନ୍ କରୁଥିବା ଦେଖାଯାଉଛନ୍ତି ଯାହା ଡାକ୍ତରୀ ପ୍ରଫେସନ୍ ପାଇଁ ଦୁର୍ଭାଗ୍ୟଜନକ ବୋଲି ଡାକ୍ତର କହିଛନ୍ତି । ୨୧ ଜୁନ୍ ରେ ପ୍ରେକ୍ଷାଳୟକୁ ଆସିଥିବା ଏହି ସିନେମା ଏବେ ପର୍ଯ୍ୟନ୍ତ ଭଲ ବ୍ୟବସାୟ କରିସାରିଛି ।