ଆତଙ୍କବାଦୀ ହାଫିଜ୍ ସଇଦର ଘର ସାମ୍ନାରେ ବୋମା ବିସ୍ଫୋରଣ । ୨ ଜଣଙ୍କ ମୃତ୍ୟୁ, ୧୨ ଗୁରୁତର

119

କନକ ବ୍ୟୁରୋ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନର ହାଫିଜ୍ ସଇଦଙ୍କ ଘର ସାମ୍ନାରେ ବୋମା ବିସ୍ଫୋରଣ ହୋଇଛି । ଏହି ବୋମା ବିସ୍ଫୋରଣ ଫଳରେ ୧୨  ଜଣ ଲୋକ ଆହତ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ଯାଇଛି । ସମସ୍ତ ଗୁରୁତର ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା କି ଆଖ ପାଖରେ ଥିବା ଘରମାନଙ୍କର ଝରକାର କାଚ ଓ ଦ୍ୱାର ଭାଙ୍ଗି ଯାଇଛି । ପାକିସ୍ତାନ ଗଣମାଧ୍ୟମ ଡନର ଖବର ମୁତାବକ ଏହି ବିସ୍ଫୋରଣରେ ୨ ଜଣଙ୍କର ଜୀବନ ଯାଇଛି ।

ଅନ୍ୟପଟେ ଏଭଳି ବିସ୍ଫୋରଣ କିଏ ଓ କାହିଁକି କରିଛି ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ଏହାସହ ବିସ୍ଫୋରଣ ବେଳେ ଆତଙ୍କବାନୀ ହାଫିଜ୍ ସଇଦ ଘର ଭିତରେ ଥିଲା କି ନାହିଁ ତାହା ଜଣାପଡି ନାହିଁ । ଏହାସହ ବିସ୍ଫୋରଣ ହୋଇଥିବା ଅଞ୍ଚଳରେ କୌଣସି ମଲ, ମେଡିକାଲ ନାହିଁ ।

ପାକିସ୍ତାନର ଅନ୍ୟଏକ ଗଣମାଧ୍ୟମ ସୂଚନା ମୁତାବକ ଜହୋର ଅଞ୍ଚଳରେ ହୋଇଥିବା ଏହି ବିସ୍ଫୋରଣ ପୂର୍ବରୁ ବିସ୍ଫୋରକକୁ ଏକ ବଡ ଗାଡିରେ ଅଣାଯାଇଥିଲା । ଏହାସହ ଏହି ଗାଡିରେ ଏହାକୁ ବିସ୍ଫୋରଣ କରାଯାଇଥିଲା । ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତା ନିକଟରେ ଏକ ବଡ ଗାଡି ଠିଆ ହୋଇଥିଲା । ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକମାନଙ୍କର ପରିଚୟ ମିଳିପାରି ନାହିଁ । ଏବେ ବି ଆହତ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପାକିସ୍ତାନର ଅନ୍ୟଏକ ଗଣମାଧ୍ୟମର ସୂଚନା ମୁତାବକ ଏହି ବିସ୍ଫୋରଣ ଗ୍ୟାସ ପାଇପ୍ ଲାଇନ ମାଧ୍ୟମରେ କରାଯାଇଛି । ଯେଉଁଠାରେ ବିସ୍ଫୋରଣ ହୋଇଛି ତାର ୧ କିଲୋମିଟର ଦୂରରେ ଆତଙ୍କବାଦୀ ହାଫିଜ ସଇଦର ଘର ବୋଲି କୁହାଯାଇଛି । ବାସ୍ତବରେ ବିସ୍ଫୋରଣ କେମିତି ହେଲା ଓ କିଏ କରିଛି ସେନେଇ ପାକିସ୍ତାନର ବିିଭିନ୍ନ ଏଜେନ୍ସି ଏବେ ଯାଂଚ କରୁଛି ।