ମୋଦି ଶୁଣିଲେନି, ଶୁଣିବେ କି ନବୀନ? ଦିଲ୍ଲୀ ପରେ ମୁକ୍ତିକାନ୍ତଙ୍କ ଭୁବନେଶ୍ୱର ଚଲୋ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପଦଯାତ୍ରା

27

କନକ ବ୍ୟୁରୋ : ବ୍ରାହ୍ମଣୀ ଉପରେ ଦ୍ୱିତୀୟ ପୋଲ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସପିଟାଲ୍ ପ୍ରଦାନ ଦାବିରେ ଦିଲ୍ଲୀ ପରେ ଭୁବନେଶ୍ୱରକୁ ପଦଯାତ୍ରା । ରାଉରକେଲା ପାଇଁ ଲଢେଇ କରୁଥିବା ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପୁଣି ପଦଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଉଦ୍ଦେଶ୍ୟରେ ଆଜି ମୁକ୍ତିକାନ୍ତ ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରା କରିଛନ୍ତି ।

ଗତ ଜୁନ ମାସରେ ସମାନ ଦାବିରେ ମୁକ୍ତିକାନ୍ତ ବିଶ୍ୱାଳ, ରାଉରକେଲାରୁ ଚାଲି ଚାଲି ଦିଲ୍ଲୀ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ମୁକ୍ତିକାନ୍ତ ବିଶ୍ୱାଳ ସମୟ ମାଗିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ଦେଖା ମିଳିନଥିଲା । ପରେ ଯନ୍ତରମନ୍ତର ଓ ରାମଲୀଳା ମୈଦାନରେ ଅନଶନ କରିଥିଲେ । ସେତେବେେଳେ ଏହାକୁ ନେଇ ଜୋର ଧରିଥିଲା ରାଜନୀତି ।ଏପରିକି ପ୍ରଧାନମନ୍ତ୍ରୀ ମୁକ୍ତିକାନ୍ତଙ୍କୁ ଦେଖା ନ କରିବାକୁ ନେଇ ବିରୋଧୀ ମଧ୍ୟ ବର୍ଷିଥିଳେ । ଆଉ ଏବେ ମୁକ୍ତିକାନ୍ତଙ୍କ ଭୁବନେଶ୍ୱର ଚାଲୋ ଅଭିଯାନ ପରେ ପ୍ରଶ୍ନ ଉଠୁଛି, ମୁକ୍ତିକାନ୍ତ କଥା ମୋଦି ଶୁଣିଳେନି, ଆଉ ଏବେ ଶୁଣିବେ କି ନବୀନ ।