କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ନୌ ବେଞ୍ଚ ଆଲମବାଦ ଥାନାର ଏକ ଔପଚାରିକ ମାମଲାରେ ମାଫିଆ ମୁଖତାର ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି କ୍ରମରେ କୋର୍ଟ ଅନସାରୀଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ଦିନେଶ କୁମାର ସିଂଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନକୁ ମଞ୍ଜୁରୀ ପ୍ରଦାନ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

Advertisment

୨୦୦୩ ମସିହାରେ ତକ୍ରାଳୀନ ଜେଲର ଏସ କେ ଅଶ୍ୱସ୍ଥୀ ଆଲମବାଗ ଥାନରେ ଅନସାରୀଙ୍କ ନାମରେ ମାମଲା ରୁଜୁ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ ଅନସାରୀ ଜେଲରେ ଥିବା ବେଳେ ଅନେକ ଲୋକ ତାଙ୍କୁ ଭେଟିବାକୁ ଆସୁଥିଲେ । ସେମାନଙ୍କୁ ଭେଟିବା ପୂର୍ବରୁ ଯାଂଚ କରିବାକୁ ଏସ କେ ଅଶ୍ୱସ୍ଥୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ନେଇ ଅନସାରୀ ତାଙ୍କୁ ହତ୍ୟ ଧମକ ଦେଇଥିବା କଥା ଅଶ୍ୱସ୍ଥୀ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପ୍ରଥମେ ଟ୍ରାଏଲ କୋର୍ଟ ଅନସାରୀଙ୍କୁ ନିର୍ଦ୍ଦୋଷ କରିଦେଇଥିଲେ । ଏହାପରେ ଏହି ମାମଲାକୁ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ ।

ସୂଚନା ଥାଉକି ମୁଖତାର ଅନସାରୀ ଏବେ ବାନ୍ଦ୍ରା ଜେଲରେ ରହିଛନ୍ତି । ତାଙ୍କ ସୁରକ୍ଷା ପାଇଁ ଜେଲ ପ୍ରଶାସନ ତରଫରୁ କାନପୁରର ଜଣେ ଉପ ଜେଲରଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଶାସନର ସୂଚନା ମୁତାବକ ଅନସାରୀଙ୍କ ସୁରକ୍ଷାରେ ୩୨ ଜଣ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ଲଗାଯାଇଛି ।