ନୂଆ ଧମାକା କରିବ ରିଲାଏନ୍ସ ଜିଓ ! ଗ୍ରାହକଙ୍କୁ ମାଗଣାରେ ଦେବ ୧୧୦୦ ଜିବି ଡାଟା

57

ଟେଲିକମ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଜିଓ ଏବେ ଇଣ୍ଟନେଟ ଦୁନିଆରେ ଝଡ଼ ସୃଷ୍ଟି କରିବାକୁ ଯାଉଛି । କମ୍ପାନି ଜିଓଫାଇବର ସର୍ଭିସ ଦ୍ୱାରା ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଦୁନିଆକୁ ହାତମୁଠାକୁ ଆଣିବାକୁ ଚେଷ୍ଟା କରୁଛି । ଦେଶର କେତୋଟି ପ୍ରମୁଖ ସହରରେ ୧.୧ ଟିବି (ଟେରାବାଇଟ) ଫ୍ରି ଡାଟା ସହ ହାଇସ୍ପିଡ଼ ଫାଇବର ଟୁ ଦ ହୋମ ବ୍ରଡ଼ବ୍ୟାଣ୍ଡ ସେବା ଦେବା ଆରମ୍ଭ କରିଛି । ଏହି ବ୍ରଡ଼ବ୍ୟାଣ୍ଡ ସେବାରେ ଡାଟା ସ୍ପିଡ଼ ୧୦୦ ଏମବିପିଏସ ରହିବ । ଚଳିତବର୍ଷର ସେକେଣ୍ଡ ହାଫରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ରିଲାଏନ୍ସ ଜିଓ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରଥମରୁ (FTTH) ପ୍ଲାନରେ ୧୦୦ ଏମବିପିଏସ ସ୍ପିଡ଼ ସହ ୧୦୦ ଜିବିର ଡାଟା ଫ୍ରିରେ ମିଳିବ । ଏହି ୧୦୦ ସମାପ୍ତ ହେବା ପରେ ଗ୍ରାହକ ଗୋଟିଏ ମାସରେ ୪୦ ଜିବି ଲେଖାଏଁ ୨୫ ଥର ଫ୍ରି ରିଜାର୍ଚ କରିପାରିବେ । ଦେଖିବାକୁ ଗଲେ ମୋଟ ଉପରେ ଗୋଟିଏ ମାସରେ ମୋଟ ୧୧୦୦ ଜିବି ଡାଟା ଫ୍ରିରେ ପାଇବେ ଗ୍ରାହକ ।

କମ୍ପାନିର ଏହି ସର୍ଭିସ ଉଭୟ ଘରୋଇ ଓ ବ୍ୟବସାୟିକ କ୍ଷେତ୍ରର ଗ୍ରାହକ ବ୍ୟବହାର କରିପାରିବେ । ଏହାଛଡ଼ା ବିନା କେବଲ ତାରରେ ଘରର ପ୍ରତି କୋଣ ପର୍ଯ୍ୟନ୍ତ ୱାଇଫାଇ କଭରେଜ ପହଞ୍ଚାଇବା ପାଇଁ ଏକ୍ସଟେଣ୍ଡ ବିକଳ୍ପ ମଧୃ ରହିଛି । ଜିଓଫାଇବର ସେବା ପାଇଁ ଗ୍ରାହକଙ୍କୁ ପ୍ରଥମେ ସିକ୍ୟୁରିଟି ବାବଦକୁ ୪୫୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ଗ୍ରାହକ ଦେଇଥିବା ଏହି ଟଙ୍କା ପଛରେ ଫେରିପାଇବେ ।

ଏଠାରେ ସୂଚନାଯୋଗ୍ୟ ଯେ, ଏବେ ଦେଶରେ ଜିଓର ମୋଟ ୩ ଲକ୍ଷ କିଲୋମିଟରରୁ ଉଦ୍ଧ୍ୱର୍ ଅପଟିକ ଫାଇବର ନେଟୱର୍କ ରହିଛି । ତେଣୁ ଏହି ସୁବିଧା ପୂରା ଦେଶରେ ପହଞ୍ଚାଇବା ପାଇଁ ଜିଓକୁ ବେଶୀ କଷ୍ଟ କରିବାକୁ ପଡିବନି । କିନ୍ତୁ କମ୍ପାନି ଏବେ ଦେଶର ପ୍ରମୁଖ ସହର ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ବରୋଦା, ଓ ଜାମନଗରରେ ଜିଓଫାଇବର ସେବା ଆରମ୍ଭ କରିଛି ।