ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ତରଫରୁ ଆକର୍ଷଣୀୟ ଧମାକା ! ଏଣିକି ବ୍ୟାଙ୍କ ଭଳି ଜିଓ ପେମେଣ୍ଟରେ ବି ଲୋକ ଖୋଲି ପାରିବେ ଖାତା, ପାଇବେ ଅନେକ ସୁବିଧା ।

37

ଖୁବ ଶିଘ୍ର ଜିଓ ଟଙ୍କା କାରବାର କ୍ଷେତ୍ରରେ ପାଦ ଦେବାକୁ ଯାଉଛି । ରିଲାଏନ୍ସ ଜିଓ ସହିତ ଗ୍ରାହକମାନେ ଖାତା ଖୋଲି ଟଙ୍କା କାରବାର କରିପାରିବେ । ଅନ୍ୟ ବ୍ୟାଙ୍କ ମାନଙ୍କରେ ଖାତା ଖୋଲିଲେ ଯେଉଁଭଳି ସୁବିଧା ମାନ ମିଳିଥାଏ ଠିକ ସେହି ଭଳି ସୁବିଧା ଜିଓ ସହ ଖାତା ଖୋଲିଲେ ମିଳିବା ସହ ଅନ୍ୟ କେତେକ ସୁବିଧା ମଧ୍ୟ ମିଳିପାରିବ ବୋଲି ସୂଚନାରୁ ଜଣାପଡିଛି ।

ସୂଚନା ଅନୁଯାୟୀ, ଜିଓ ଖୁବ ଶିଘ୍ର ଜିଓ ପେମେଣ୍ଟ ବ୍ୟାଙ୍କର ବ୍ୟବସ୍ଥା ଆରମ୍ଭ କରିଛି । ଏହି ବ୍ୟବସ୍ଥା ଲୋକମାନଙ୍କ ପାଇଁ ଉପଲବ୍ଧ କରିବା ପୂର୍ବରୁ ଜିଓ ପ୍ରଥମେ କମ୍ପାନୀର ଲୋକମାନଙ୍କ ଦ୍ୱାରା ପରୀକ୍ଷା କରୁଛି । ଯଦି ଏହି ବ୍ୟବସ୍ଥା ସଫଳ ହୁଏ ତେବେ ଜିଓ ଲୋକମାନଙ୍କୁ ଏହି ସୁବିଧାରେ ଯୋଡିବ ବୋଲି ସୂଚନା ପ୍ରଦାନ କରିଛି । ତେବେ ଆସନ୍ତୁ ଜାଣିବା ଏହି ଜିଓ ପେମେଣ୍ଟ କଣ ?

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ପେମେଣ୍ଟ ବ୍ୟାଙ୍କ ଆରମ୍ଭ କରିବାକୁ ମଞ୍ଜୁରୀ ପ୍ରଦାନ କରିଛି । ରିଲାଏନ୍ସ ଜିଓ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଶି ଏହାକୁ ଆରମ୍ଭ କରିବାକୁ ଯାଉଛି । ଏହି ପେମେଣ୍ଟ ବ୍ୟାଙ୍କରେ ପ୍ରତ୍ୟେକଟି ଭାତତୀୟ ଖାତା ଖୋଲି ଟଙ୍କା କାରବାର କରିପାରିବେ । ଖାସ କରି ୧୮ ବର୍ଷରୁ ଉର୍ଧ ଲୋକମାନେ ଏଥିରେ ଖାତା ଖୋଲିପାରିବେ । ଏଥିରେ ଖାତା ଖୋଲିବା ପାଇଁ ଗ୍ରାହକମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଅର୍ଥାତ ବିନା ଟଙ୍କାରେ ବି ଏଥିରେ ଖାତା ଖୋଲି ପାରିବେ । ସବୁଠାରୁ ବଡ କଥା ହେଉଛି ଜିଓ ପେମେଣ୍ଟରେ ଖାତା ଖୋଲିଥିବା ଲୋକମାନେ ଚାହିଁଲେ ଅନ୍ୟ ବ୍ୟାଙ୍କରୁ ମଧ୍ୟ ଟଙ୍କା ଉଠାଇ ପାରିବେ । ଏଥିସହିତ ଖାତା ଖୋଲିବା ପାଇଁ ଗ୍ରହକଙ୍କ ପାଖରେ ଜିଓ ନମ୍ବର ଥିବା ନିତ୍ୟନ୍ତ ଆବଶ୍ୟକ । ଯଦିଓ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ସଂମ୍ପର୍କରେ ଏଯାଏ କୌଣସି ପ୍ରକାର ସ୍ପଷ୍ଟିକରଣ ହୋଇପାରିନାହିଁ କିନ୍ତୁ ଆଶା କରାଯାଉଛି ଆଗକୁ ଡେବିଟ କାର୍ଡ ଏବଂ କ୍ରେଡିଟ କାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇ ପାରେ । ରିଲାଏନ୍ସ ଦେଇଥିବା ସୂଚନାରୁ ଏହା ମଧ୍ୟ ଜଣାପଡିଛି କି, ଖାତା ଖୋଲିବା ଏବଂ ଟଙ୍କା ଲେଣ ଦେଣ କରିବା ଭଳି ସମସ୍ତ କାର୍ଯ୍ୟ ଜିଓ ଆପ୍ ମାଧ୍ୟମରେ ସୁଚାରୁ ରୁପେ କରିହେବ ।