୩ ହଜାର କୋଟିର ନିବେଶ କରିବେ ମୁକେଶ ଅମ୍ବାନୀ,ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କଲେ ଘୋଷଣା ।

ଗତ କିଛି ବର୍ଷ ହେବ ଓଡ଼ିଶା ଆଇଟି କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ଭାବେ ଉଭାନ ହୋଇଛି ।

263

କନକ ବ୍ୟୁରୋ: ଶିଳ୍ପ ମହାକୁମ୍ଭରେ ଯୋଗଦେଲେ ବିଶିଷ୍ଟ ଶିଳ୍ପପତି । କନକ୍ଲେଭରେ ସାମିଲ ହେଲେ ରିଲାଏନ୍ସ ଗ୍ରୁପ ଅଫ ଚେୟାରମ୍ୟାନ ମୁକେଶ ଅମ୍ବାନୀ । ଦ୍ୱିତୀୟ ଦିନରେ ଆରମ୍ଭ ହେଲା ବିଜନେସ୍ ଲିଡରସିପ୍ ସମିଟ୍  । ବିଗତ ଦିନମାନଙ୍କରେ ଓଡ଼ିଶାରେ ୬ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିଛି ରିଲାଏନ୍ସ । କିନ୍ତୁ ଆଉ ୩ ହଜାର କୋଟି ଟଙ୍କା ଅଧିକ ପୁଞ୍ଜି ନିବେଶ କରିବ ରିଲାଏନ୍ସ ବୋଲି ଘୋଷଣା କଲେ ରିଲାଏନ୍ସ ଗ୍ରୁପ ଅଫ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ଏହାସହ ମୁକେଶ କହିଛନ୍ତି ଯେ, ବାପା ଅନିଲ ଧୀରୁଭାଇ ଅମ୍ବାନୀଙ୍କ ସହ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କର ଥିଲା ଗଭୀର ବନ୍ଧୁତା । ଏବଂ ଦୁନିଆରେ କିଛି ଅସମ୍ଭବ ନୁହେଁ ବୋଲି ଏହି ଦୁଇ ମହାନ ବ୍ୟକ୍ତିଙ୍କ ଠାରୁ ସଭିଙ୍କୁ ନୀତିଶିକ୍ଷା ମିଳିଛି ।

ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ରିଲାଏନ୍ସ ଜିଓ ପ୍ରୋଜେକ୍ଟ ଦ୍ୱାରା ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ଏଥିରେ ଓଡ଼ିଶାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ରିଲାଏନ୍ସ ଜିଓର ମୂଳ ଲକ୍ଷ୍ୟ ଭାରତକୁ ଡ଼ିଜିଟାଲାଇଜେସନ କରିବା । ଗତ କିଛି ବର୍ଷ ହେବ ଓଡ଼ିଶା ଆଇଟି କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ଭାବେ ଉଭାନ ହୋଇଛି । ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ୮ ପ୍ରତିଶତ ବୃଦ୍ଧି ହୋଇଛି । ଯାହାର ଶ୍ରେୟ ଓଡ଼ିଶାର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ମୁକେଶ ଅମ୍ବାନୀ । ଜିଓ ଡିଜିଟାଲର ମୂଳ ଲକ୍ଷ୍ୟ ଭାରତକୁ ଡିଜିଟାଲ କରିବା ଏବଂ ମେକ୍ ଇନ୍ ଓଡ଼ିଶା କୁ ମେକ ଏ ନିଉ ଓଡ଼ିଶା ଗଢ଼ି ତୋଳିବାରେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।

ସେହିପରି ବିଜନେସ୍ ଲିଡରସିପ୍ ସମ୍ମିଳନୀରେ ଆଦିତ୍ୟ ବିର୍ଲା ଗୁପର ମୁଖ୍ୟ କୁମାର ମଙ୍ଗଳମ ମଧ୍ୟ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଘୋଷଣା । ଓଡ଼ିଶାରେ ୧୪ ହଜାର ୪୦୦ ଟଙ୍କା କୋଟି ପୁଞ୍ଜି ନିବେଶ କରିବ ଆଦିତ୍ୟ ବିର୍ଲା ।  ଓଡ଼ିଶାକୁ ଗୁରୁତ୍ୱପୁର୍ଣ୍ଣ ଅନ୍ୟପଟେ ଜିନ୍ଦଲ କମ୍ପାନୀର ଅଧ୍ୟକ୍ଷ ନବୀନ ଜୀନ୍ଦଲଙ୍କ ଅଭିଭାଷଣ । ଦୀର୍ଘ ୧୫ ବର୍ଷ ଧରି ଜୀନ୍ଦଲ କମ୍ପାନୀ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଛି କିନ୍ତୁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ସମର୍ଥନ ଯୋଗୁଁ ଜିନ୍ଦଲ କମ୍ପାନୀ ପୁଣି ସଫଳତା ଦିଗରେ ଆଗାଉଛି । ତେଣୁ ପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ନବୀନ ଜିନ୍ଦଲ ।