ଭାରତର ସଫଳତମ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ “ ଏମ୍ଏସ ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ” ବଡ ପରଦାରେ ରିଲିଜ ହୋଇ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାରେ ଲାଗିଛି ।
ଏହି ଫିଲ୍ମକୁ ପ୍ରଥମେ ଝାଡଖଣ୍ଡ ଓ ଉତର ପ୍ରଦେଶ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ ଏବଂ ଏବେ ଆଉ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ଛତିଶଗଡ ମଧ୍ୟ ଫିଲ୍ମର ଟ୍ୟାକ୍ସ ଛାଡ କରିଛନ୍ତି । ନୀରଜ ପାଂଡେଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମଟି ଗୁରୁବାର ଯାଏ ସାରା ଦେଶରେ ୯୪.୧୩ କୋଟିର ବ୍ୟବସାୟ କରିଥିବା ଜଣାପଡିଛି ।
ଫିଲ୍ମଟିରେ ସୁଶାନ୍ତ ସିଂ ରାଜପୁତ, କିଆରା ଆଡୱାନୀ , ଦିଶା ପଟାନି , ଇତ୍ୟାଦି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/bn.png)
/kanak/media/post_attachments/wp-content/uploads/2016/10/dho-300x191.png)