କାଲି ଫେସବୁକ୍ ଲାଇଭରେ କଣ କହିବେ ଧୋନୀ? ଆଇପିଏଲରୁ କରିପାରନ୍ତି କି ଅବସର ଘୋଷଣା? ଗୋଟିଏ ପୋଷ୍ଟ ବଢାଇଲା ଚର୍ଚ୍ଚା…

218

କନକ ବ୍ୟୁରୋ: ଆଇପିଏଲରୁ ଅବସର ନେବେ କି ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ? ଫେସବୁକ୍ ଲାଇଭରେ କଣ ବଡ ଘୋଷଣା କରିବେ ମାହି? ଏହି କଥାକୁ ନେଇ ଏବେ ସବୁଠି ଚାଲିଛି ଜୋରଦାର ଚର୍ଚ୍ଚା ।

ଅସଲ କଥା ହେଉଛି, ଶନିବାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫେସବୁକରେ ଏକ ଫଟୋ ସେୟାର କରିଥିଲେ । ଆଉ ରବିବାର ଦିନ ୨ଟା ସମୟରେ ସେ ଫେସବୁକ ଲାଇଭରେ ଆସି କିଛି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗେଇଥିବାବେଳେ, କ୍ରିକେଟ୍ ପଣ୍ଡିତମାନେ ଏହାକୁ ନେଇ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।

ଆଜିକୁ ଠିକ୍ ୧୫ ବର୍ଷ ତଳେ ମାହିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଥିଲା । ଚଳିତ ବର୍ଷ ସେପ୍ଟେମ୍ବର ୨୪ ତାରିଖକୁ ଏହା ୧୫ ବର୍ଷ ପୂରଣ କରିଛି । ଖାଲି ସେତିକି ନୁହେଁ, ଅନ୍ତର୍ଜାତୀୟ କ୍ରିକେଟରୁ ମାହି ଯେପରି ଭାବେ ଅବସର ଘୋଷଣା କଲେ, ତେଣୁ ଆସନ୍ତାକାଲି ସେ କେଉଁ ଘଟଣାରେ ବଡ ସୂଚନା ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି ।