ଦିବ୍ୟାଙ୍ଗ ପ୍ରଶଂସକଙ୍କ ମୁହଁରେ ଚେନାଏ ହସ ଆଣିବା ପାଇଁ ସୁରକ୍ଷାବଳୟରୁ ବାହାରିଲେ ଧୋନୀ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ । ଦେଖନ୍ତୁ ଭିଡିଓ

271

ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଥିରୁବନନ୍ତପୁରମ୍ ଠାରେ ଖେଳା ଯାଇଥିବା ମ୍ୟାଚରେ ପଞ୍ଚମ ୱାନଡେରେ ଭାରତ କ୍ରିକେଟୀୟ ଦଳ ନୋ ୱିକେଟରେ ମ୍ୟାଚକୁ ଜିତିଥିଲା । ଏହି ମ୍ୟାଚ୍ ପୂର୍ବର ଏକ ଭିଡିିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ଭାରତୀୟ କ୍ରିକେଟ୍ ଟିମର କୁଲ୍ ଖେଳାଳୀ ମହେନ୍ଦ୍ର ସିଂହ ଧୋନୀ ସୁରକ୍ଷାକର୍ମୀଙ୍କୁ ହଟାଇ ଜଣେ ଦିବ୍ୟାଙ୍ଗ ବାଳକକୁ ସାକ୍ଷାତ କରିବାକୁ ଯାଉଥିବାର ଦେଖାଯାଉଛି ।

ସେ ବାଳକକୁ ଅଟୋଗ୍ରାଫ୍ ଦେବା ସହ ସାଙ୍ଗରେ ସେଲ୍ଫି ମଧ୍ୟ ନେଉଥିବାର ଭିଡିଓରେ ଦେଖାଯାଉଛି । ଟିମ୍ ଇଣ୍ଡିଆ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ଗଲା ବେଳେ ଏଭଳି ଏକ ଘଟଣା ଦେଖାଦେଇଥିଲା । ଯାହାକୁ ସେଠାରେ ଉପସ୍ଥିତ ଥିବା ଲୋକ ନିଜ ମୋବାଇଲ୍ କ୍ୟାମେରାରେ ଉତ୍ତୋଳନ କରିଥିଲେ । ହୋଟେଲରୁ ବାହାରି ଟିମର ସବୁ ସଦସ୍ୟ ବସକୁ ଗଲାବେଳେ ଧୋନୀଙ୍କ ନଜର ଏହି ଦିବ୍ୟାଙ୍ଗ ବାଳକଟି ଉପରେ ପଡିଥିଲା । ସେ ସୁରକ୍ଷା ବଳୟକୁ ହଟାଇ ଉକ୍ତ ବାଳକର ପାଖରେ ପହଞ୍ôଚଥିଲେ ।

ଧୋନୀଙ୍କ ପ୍ରଶଂସକ ଥିବା ବାଳକଟି ତାଙ୍କୁ ପାଖରେ ଦେଖି ଅତ୍ୟନ୍ତ ଖୁସି ହୋଇଯାଇଥିଲା ଏବଂ ତାଙ୍କ ହାତକୁ ଚୁମ୍ବନ ଦେଇଥିଲା ଏବଂ ତରାଭ୍କୁ ଧନ୍ୟବାଦ କହିଥିଲେ । ଧୋନୀଙ୍କ ପରେ କ୍ୟାପଟେନ୍ କୋହଲୀ ମଧ୍ୟ ନିଜକୁ ରୋକି ନପାରି ଉକ୍ତ ବାଳକ ପାଖକୁ ଯାଇ ଅଟୋଗ୍ରାଫ୍ ଦେଇଥିଲେ ଏବଂ ସେଲ୍ଫି ନେଇଥିଲେ । ବାଳକ ଜଣକ ବିରାଟଙ୍କ ଏକ ସ୍କେଚ୍ ପ୍ରସ୍ତୁତ କରି ତାଙ୍କୁ ଭେଟି ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।