ଓସ୍କାର ଦୌଡରେ ସାମିଲ୍ ହୋଇଛି ସିନେମା "ସରବଜିତ' ଓ "ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ'। ଏକାଡେମୀ ଅଫ ମୋସନ ପିକଚର ଆର୍ଟସ ଏଣ୍ଡ ସାଇନ୍ସ ପ୍ରସ୍ତୁତ କରିଥିବା ତାଲିକାରେ ଏହି ସିନେମାକୁ ସ୍ଥାନ ମିଳିଛି । ତେବେ ଦୁଇଟି ଯାକ ସିନେମା ହେଉଛି ବାୟୋପିକ । ଏଇ ଖବର ମିଳିବା ପରେ ସୁପରଷ୍ଟାର ଅମିତାଭ ବଚ୍ଚନ ସରବଜିତ ଟିମକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ଓସ୍କାର ତାଲିକାରେ ୩୩୦ଟି ଫିଚର ସିନେମାକୁ ମଧ୍ୟ ସାମିଲ କରାଯୋଇଛି । ଏଥିିରେ ଭାରତୀୟ-ଆମେରିକାନ ସିନେନିର୍ମାତା ମୀରା ନାୟାରଙ୍କ ନିର୍ଦ୍ଦେଶିତ ‘କ୍ୱିନ ଅଫ କାଟବେ’ ମଧ୍ୟ ସାମିଲ ହୋଇଛି । ଏହା ବ୍ୟତୀତ ତାଲିକାରେ ମୁନଲାଇଟ, ମଞ୍ଚେଷ୍ଟର ଅଫ ଦ ସି, ସାଇଲେନ୍ସ,ଆରାଇବାଲ ଆଦି ସିନେମା ସାମିଲ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/MS-Dhoni-The-Untold-Story-and-Sarbajit-in-Oscar-1.png)