କନକ ବ୍ୟୁରୋ : ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବର ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କ କ୍ଷମତା ପ୍ରଚାର ମଇଦାନରେ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ହେଉ କି କଂଗ୍ରେସ ସମସ୍ତେ ଦାବି କରୁଛନ୍ତି କି, ଆଗାମୀ ବିଧାନସଭା ନିର୍ବାଚନରେ ସେମାନଙ୍କ ଦଳ ସରକାର ଗଠନ କରିବ । ଏହି କ୍ରମରେ ଭିନ୍ନ ଭିନ୍ନ ନ୍ୟୁଜ ଚ୍ୟାନେଲ ଓ ଏଜେନ୍ସିମାନେ ନିର୍ବାଚନ ଫଳାଫଳକୁ ନେଇ ସର୍ଭେ ଆରମ୍ଭ କରିଦେଇଛନ୍ତି । ହେଲେ ଇଣ୍ଡିଆ ଟିଭି ତାର ଜନମତ ସର୍ଭେ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ଆପଣଙ୍କୁ ଚମକାଇଦେବ ନିଶ୍ଚିତ ।

Kanak News is now on WhatsApp
Join and get latest news updates delivered to you via WhatsApp
ଇଣ୍ଡିଆ ପୋଲର ଜନମତ ସର୍ଭେ ମୁତାବକ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ହେଲେ ଜନମତ ସର୍ଭେ କଂଗ୍ରେସ ସରକାର ଗଠନ କରିବ ବୋଲି ସ୍ପଷ୍ଟ ସଂକେତ ଦେଇଛି । ଏହି ଜନମତ ସର୍ଭେ ମୁତାବକ ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ ଆସନ ମଧ୍ୟରୁ କଂଗ୍ରେସକୁ ୧୧୮ ରୁ ୧୨୮ ଆସନ ମିଳିପାରେ । ସେହିଭଳି ବିଜେପିକୁ ୧୦୨ ରୁ ୧୧୦ ଆସନ ମିଳିବାର ସମ୍ଭାବନା ରହିଛି ।
ଯଦି ଆମେ ୨୦୧୮ ବିଧାନସଭା ନିର୍ବାଚନ କଥା କହିବା ତେବେ ବିଜେପିକୁ ୧୦୯ ଓ କଂଗ୍ରେସକୁ ୧୧୪ଟି ବିଧାନସଭା ଆସନ ମିଳିଥିଲା । ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସହଯୋଗୀ ବିଧାୟକଙ୍କ ସହ ଯୋଗଦେବା ପରେ କମଲନାଥଙ୍କ ସରକାର ଭାଙ୍ଗିଯାଇଥିଲା ଓ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା ।
ଇଣ୍ଡିଆ ଟିଭି ବ୍ୟତୀତ ଟାଇମ୍ସ ନାଓଁ ତାର ସର୍ଭେ ରିପୋର୍ଟ ଜାରି କରିଛି । ଆଗାମୀ ବିଧାନସଭା ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସକୁ ୪୨ ପ୍ରତିଶତ ଲେଖାଏଁ ଭୋଟ ମିଳିପାରେ । କଂଗ୍ରେସ ମୋଟ ଉପରେ ୪୩.୮୦ ପ୍ରତିଶତ ଭୋଟ ସହ ୧୧୮ ରୁ ୧୨୮ ଆସନରେ ବିଜୟୀ ହୋଇପାରେ । ସେହିଭଳି ବିଜେପି ୪୨ ପ୍ରତିଶତ ଭୋଟ ସହ ୧୦୨ ରୁ ୧୧୦ ଆସନରେ ବିଜୟୀ ହୋଇପାରେ ।