ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ! ଶ୍ରୀମନ୍ଦିର ଗର୍ଭଗୃହରେ ମାତିଛନ୍ତି ମୂଷା

335

କନକ ବ୍ୟୁରୋ: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁଁ ଏବେ ସଙ୍କଟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ । ରାତି ହେଲେ ରତ୍ନସିଂହାସନରେ ଆତଙ୍କ ଖେଳାଉଛନ୍ତି ବଡ ବଡ ମୂଷା । ଆଉ ଶ୍ରୀଅଙ୍ଗକୁ କ୍ଷତି ପଂହଚାଉଛନ୍ତି । କୁହାଯାଉଛି, କନକମୁଣ୍ଡି ଚାନ୍ଦୁଆରେ ଘର କରିଛନ୍ତି ଏହି ବଡ ବଡ ମୂଷା । ଆଉ ପହଡ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗକୁ ଟାର୍ଗେଟ କରୁଛନ୍ତି । ରତ୍ନସିଂହାସନରେ ଡିଆଁ ମାରୁଛନ୍ତି ବଡ ବଡ ମୂଷା । ପ୍ରତ୍ୟେକ ମାସରେ ମହାପ୍ରଭୁଙ୍କ ବନକଲାଗି ହେଉଥିବାରୁ ଶ୍ରୀମୁଖ ପ୍ରତି ବିପଦ ରହିଥିବା କହିଛନ୍ତି ସେବାୟତ । ପ୍ରଶାସନ ମଧ୍ୟ ଏଥପ୍ରତି ଧ୍ୟାନ ଦେଉନଥିବା ସେବାୟତ ଅଭିଯୋଗ କରିଛନ୍ତି ।
ଶ୍ରୀମନ୍ଦିରର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଚରମସମୀମାରେ ପଂହଚିଛି । କୁହଯାଉଛି,
– ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣି ଦୌଡିକୁ ମୂଷା କାଟିସାରିଛନ୍ତି
-ଦଉଡି ଢିଲା ହେବା ଯୋଗୁଁ ମୂଷା ଏହି ରାସ୍ତାରେ ଶ୍ରୀଅଙ୍ଗରେ ପହଞ୍ଚୁଛନ୍ତି

ରତ୍ନସିଂହାସନ ସମ୍ମୁଖ କଳାହାଟ ଦ୍ୱାର ଦେଇ ଗର୍ଭଗୃହରେ ପଶୁଥିବା ଆଶଙ୍କା କରାଯାଉଛି
ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଏଭଳି ବଢିଯାଇଛି ଯେ, ବଡ ବଡ ଯନ୍ତା ମଧ୍ୟ କାମ କରୁନାହିଁ । ଶ୍ରୀଅଙ୍ଗ ଲାଗି ପୁଷ୍ପ ଅଳଙ୍କାର କାଟୁଛନ୍ତି । ତେଣ ୁ ମୁଷା ନଆସିବା ପାଇଁ ପ୍ରତିକାର କରିବା ପାଇଁ ସେବାୟତ ଦାବି କରିଛନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କୌଣସି ବିପଦ ନାହିଁ ।

ଶ୍ରୀଜଗନ୍ନାଥ କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ । ତେଣୁ ସେବାୟକଙ୍କ କଥାକୁ ବିଶ୍ୱାସକୁ ନିଆଯାଇ ଗର୍ଭଗୃହରେ ମୂଷାଙ୍କ ଉତ୍ପାତକୁ ରୋକିବାକୁ ପଦକ୍ଷେପ ନେବାକୁ ଜଗନ୍ନାଥପ୍ରେମୀ ମତ ଦେଇଛନ୍ତି ।