ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଶୋକ ପ୍ରକାଶ କଲେ ଅନେକ ବରିଷ୍ଠ ନେତା 

285

କନକ ବ୍ୟୁରୋ: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । କହିଲେ, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ । ଦୁଃଖଦ ସମୟରେ ଶୋକସନ୍ତପ ପରିବାରକୁ ମୋର ସମବେଦନା । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟପାଳଙ୍କ ସହ ଆହରୁ ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।

କଂଗ୍ରେସ ନେତା ତାରା ବାହିନୀପତି, ରମେଶ ଜେନା, ପ୍ରଦୀପ ମାଝି, ରଞ୍ଜିବ ବିଶ୍ୱାଳ, ବିଜେଡି ସାଂସଦ ମୁନ୍ନା ଖାଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ବିଶ୍ୱାସ ନକରିବା ଭଳି ଖବର । ଅଜିତ ଭାଇ ମୋର ଜଣେ ବନ୍ଧୁ ଥିଲେ । ସେ ଜଣେ ଭଲ ସାମାଜିକ କର୍ମୀ ମଧ୍ୟ ଥିଲେ ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଅଜିତ ମଙ୍ଗରାଜତଙ୍କ ଦେହାନ୍ତରେ କଂଗ୍ରେସ ଦଳ ଓ ନେତା ମର୍ମାହତ । ଅଜିତ ଜଣେ ମିଷ୍ଠାଭାଷୀ, ପରିଶ୍ରମୀ ଓ ଦୃଢ ସଂଗଠକ । ପିଲିଲି ଅଞ୍ଚଳରେ ଲୋକ ପ୍ରିୟ ଥିଲେ ଅଜିତ । ଅଜିତ ମଙ୍ଗରାଜଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ଖବର ପାଇ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଥିଲେ ।