କାର୍ ଇନସୁରାନ୍ସ କରୁଥିଲେ ୧୫ ଲକ୍ଷ ଟଙ୍କାର ଦୂର୍ଘଟଣା ବୀମା କିଭଳି ମିଳିବ ଜାଣିରଖନ୍ତୁ ! ଆପଣଙ୍କ ପରେ ମଧ୍ୟ ପରିବାରକୁ ଆର୍ଥିକ ସମସ୍ୟା ଦେଖିବାକୁ ପଡିବନି ।

106

ବୀମା ନିୟାମକ ଏବଂ ବିକାଶ ପ୍ରାଧୀକରଣ ତରଫରୁ ଗାଡି ମାଲିକ ତଥା ଚାଳକଙ୍କ ପାଇଁ ନ୍ୟୁନତମ ବୀମା କଭରକୁ ବଢାଇ ଦିଆଯାଇ ୧୫ ଲକ୍ଷ ଟଙ୍କା କରାଯାଇଛି । ଏଥିପାଇଁ ୭୫୦ ଟଙ୍କା ବାର୍ଷିକ ପ୍ରିମିୟମ୍ ଦେବାକୁ ପଡିବ । ତେବେ ଦୁଇଚକିଆ ଚାଳକଙ୍କ ପାଇଁ ଏକ ଲକ୍ଷ ଏବଂ କାର ଚାଳକଙ୍କ ପାଇଁ ପୂର୍ବରୁ ୨ ଲକ୍ଷ ଟଙ୍କା ଦୂର୍ଘଟଣା ବୀମା ହେଉଥିଲା । ତେବେ ଏନେଇ ବୀମା କ୍ଷେତ୍ର ନିୟାମକ ଏଜେନ୍ସି ତରଫରୁ ନିର୍ଦ୍ଦେଶ ଜାରୀ କରାଯାଇ ବୀମାକୁ ୧୫ ଲକ୍ଷ ଟଙ୍କା ବଢାଇବା ପାଇଁ କୁହାଯାଇଥିଲା । ତେବେ ଏଥିପାଇଁ ୭୫୦ ଟଙ୍କାର ପ୍ରିମିୟମ୍ କରିବାକୁ ପଡିବ । ତେବେ ୨୫ ଅକ୍ଟୋବରରୁ ଏହି ସୁବିଧା ସବୁ କମ୍ପାନୀ ମାନଙ୍କରେ ଲାଗୁ କରାଯିବ । ତେବେ ଏଥିନେଇ ଉଚ୍ଚ ନ୍ୟାୟାଳୟ ମଧ୍ୟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଏଥିରେ ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଆର୍ଥିକ ସୁବିଧା ମିଳିପାରିବ ।

ବୀମା କରିନଥିବା ଚାଳକଙ୍କ ସଂଖ୍ୟା କମ୍ କରିବା ପାଇଁ ନିୟାମକ ନୂଆ କାର ଏବଂ ଦୁଇଚକିଆ ବାହନକୁ କିଣିବାକୁ ନେଇ କମ୍ ସେ କମ୍ ତିନିରୁ ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ତୃତୀୟ ପକ୍ଷ ବୀମା କଭରକୁ ଅନିବାର‌୍ୟ୍ୟ କରିଛନ୍ତି । ଲଙ୍ଗ୍ ଟର୍ମ ଥାର୍ଡ ପାର୍ଟି ବୀମା ପ୍ରତିବର୍ଷ ପଲିସିକୁ ନୂଆ କରିବା ଭଳି ସମସ୍ୟାକୁ କମ୍ କରିଥାଏ । ଏହାସହ ଲୋକଙ୍କ ମଧ୍ୟରେ ବୀମାକୁ ନେଇ ସଚେତନତା ମଧ୍ୟ ବଢିବ । ବାହନ ନିୟମ ଅନୁସାରେ ତୃତୀୟ ପକ୍ଷ ବୀମା ଏବେ ବାଧ୍ୟତାମୂଳକ ହେବାକୁ ଲାଗିଛି । ତେବେ ସଡକ ଦୂର୍ଘଟଣା ଏବଂ ମୃତ୍ୟୁ ମାମଲାରେ ବୀମାର କୌଣସି ସମୟ ସୀମା ନଥାଏ ।

ଏଡ୍-ଅନ୍ କଭର :

ଆପଣଙ୍କୁ କହିରଖୁଛୁ ତୃତୀୟ ପକ୍ଷ ବୀମାରେ କେବଳ ବୀମାକୃତ ବାହନ ତରଫରୁ କୌଣସି ଅନ୍ୟ ବାହନ ତଥା ସଂପତ୍ତି ଏବଂ ଲୋକଙ୍କୁ ହୋଇଥିବା ଅସୁବିଧା ହିଁ ସାମିଲ ହୋଇଥାଏ । ଏମିତିରେ ପଲିସିକର୍ତ୍ତାଙ୍କୁ ବୀମା କରିବା ପୂର୍ବରୁ ପ୍ରଥମେ ଅସୁବିଧାକୁ ଦେଖିବା ଆବଶ୍ୟକ ।