ବିବାଦୀୟ ଡାକ୍ତର ମୋତିଲାଲ ଗୌଡ ଓ ବିଜେଡି ସଂପର୍କକୁ ନେଇ ବର୍ଷିଛି ବିଜେପି

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବାଦୀୟ ଡାକ୍ତର ମୋତିଲାଲ ଗୌଡ ଓ ବିଜେଡି ସଂପର୍କକୁ ନେଇ ବର୍ଷିଛି ବିଜେପି । ଫ୍ୟାକଟ୍ରିଜ୍ ଆଣ୍ଡ ବ୍ରଏଲର୍ସର ସହକାରୀ ନିର୍ଦେଶକ ମୋତିଲାଲଙ୍କ ଯୋଗ୍ୟତା ନେଇ ଉଠିଥିଲା ପ୍ରଶ୍ନ । ଏହା ପରେ ତାଙ୍କ ବିରୋଧରେ ଉଠିଥିଲା ସଙ୍ଗୀନ ଅଭିଯୋଗ । ନିଜ ବ୍ୟକ୍ତିଗତ ଇ-ମେଲରୁ ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଇଏସଆଇ ସୁବିଧା ଥିବାର ଭୁଲ୍ ତଥ୍ୟ ଶିଳ୍ପାନୁଷ୍ଠାନ ଗୁଡିକୁ ଦେଇଥିବା ଅଭିଯୋଗ ଉଠିଛି ମୋତିଲାଲଙ୍କ ବିରୋଧରେ । ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ମନ୍ତ୍ରୀ ଓ ବିଧାୟକ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି । ଏପରିକି ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସହ ମଧୁଚନ୍ଦ୍ରିକା ସମୟର ଫଟୋ ମଧ୍ୟ ହସ୍ତଗତ ହୋଇଛି । ବିଜେଡିରେ ନିୟମ ନୁହେଁ, ବରଂ ସଂପର୍କ ଅଧିକ କାମ କରେ ବୋଲି ବିଜେପି କହିଛି । ଡାକ୍ତର ମୋତିଲାଲ ଗୌଡଙ୍କ ବିରୋଧରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେପି । ସେପଟେ ବିଜେଡିର ଯୁକ୍ତି, ପ୍ରମାଣ ଥିଲେ ପୋଲିସ୍ ପାଖରେ ଫେରାଦ୍ ହେଉ ବିଜେପି ।