ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ଭାଲୁ ସହ ଲଢି ୧୦ ବର୍ଷର ଝିଅକୁ ବଞ୍ଚାଇଲେ ମାଆ । ଧାନବିଲକୁ ଯାଇଥିବା ସମୟରେ ଖାଦ୍ୟ ଅନ୍ୱଷଣରେ ଥିବା ହିଂସ୍ର ଭାଲୁ ହାବୁଡ଼ରେ ପଡ଼ିଥିଲା ଝିଅ

188

କନକ ବ୍ୟୁରୋ : ମାଆ ପାଇଁ ସନ୍ତାନ ସବୁଠୁ ବଡ । ଯେତେ ବଡ ବିପଦ ହେଉନା କାହିଁକି ପିଲା ପାଇଁ ସମ୍ମୁଖରେ ଆସି ବିପଦ ଟଳିଦିଏ ମାଆ । ସେଥିପାଇଁ ତ ଦୁନିଆ ର ସବୁଠୁ ବଡ ଆଶା ଓ ଭରସା ମାଆ । ସମୟ ପଡିଲେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଏ ନାହିଁ ମାଆ ।

ହଁ ଆଜ୍ଞା ଆମେ ଏମିତି ଏକ ବାସ୍ତବିକ ସତ କହୁଛୁ ଯାହା ଆପଣ ଶୁଣିଲେ ବି ଆଶ୍ଚର୍ଯ ହୋଇଯିବେ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ମାଆର ମମତାର ପୁଣି ଏକ ଉଦାହରଣ ସାମ୍ନାକୁ ଆସିଛି । କିର୍ଷାନୀପଡାର ସମାରି ଶିଶା ୩ ଗୋଟି ଭାଲୁ ସହିତ ଲଢି ନିଜ ୧୦ ବର୍ଷ ର ଝିଅ କୁ ହିଂସ୍ର ଭାଲୁ କବଳରୁ ବଂଚାଇଛନ୍ତି । ଝିଅ ସହ ଜମିରେ ଧାନ ରୋଇବାକୁ ଯାଇଥିଲେ ସମାରି । ଏତିକି ବେଳେ ଜଙ୍ଗଲରୁ ୩ ଟି ଭାଲୁ ଆସି ଝିଅକୁ ଆକ୍ରମଣ କରିବାକୁ ସମ୍ମୁଖରେ ଥିଲେ । ହଠାତ ସମ୍ମୁଖରେ ଯାଇ ଭାଲୁ ସହିତ ଲଢି କ୍ଷତାକ୍ତ ହୋଇଥିଲେ ସମାରି । ପରେ ଗ୍ରାମବାସୀଙ୍କ ସହାୟତାରେ ଉଭୟ ମାଆଝିଅଙ୍କୁ ଉଦ୍ଧାର କରି ଖଇରପୁଟ ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ମାଲକାନଗିରି ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।