୪ ବର୍ଷର ପୁଅ ସହ ଆତ୍ମହତ୍ୟା କଲେ ମା’ । ୫ ମାସ ତଳେ ସ୍ୱାମୀ ଓ ଶଶୂରଙ୍କର ହୋଇଥିଲା ମୃତ୍ୟୁ ।

789

କନକ ବ୍ୟୁରୋ : ୪ ବର୍ଷର ପୁଅ ସହ ନିଜ ଜୀବନ ହାରିଦେଲା ମାଆ । ଶାଶୁ ମାର୍କେଟ୍ ଯାଇଥିବା ବେଳେ ପ୍ରଥମେ ପୁଅ ପି. ସାଇ ଓ ପରେ ମାଆ ପି. ଦିବ୍ୟା ଘର ଛାତ ପାଇପରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ଏସପିଟି କଲୋନିରେ। ଚାନ୍ଦିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ଜେକେ କାଗଜକଳରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ ପି. ଶ୍ରୀନୁ। କରୋନା ସମୟରେ ଦେହ ଅସୁସ୍ଥ ହେବା ଯୋଗୁଁ ସେ‌ପ୍ଟେମ୍ବର ମାସରେ ଶ୍ରୀନୁଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସ୍ତ୍ରୀ ପି. ଦିବ୍ୟା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ପୁଅକୁ ହରାଇବା ଦୁଃଖରେ ମିୟମ୍ରାଣ ହୋଇ ଶ୍ରୀନୁଙ୍କ ମୃତ୍ୟୁର ଠିକ୍ ମାସକ ପରେ ବାପା ପି. ଆପା ରାଓ ମଧ୍ୟ ମୃତ୍ୟୁବରଣ କରିଥିଲେ।

ଘରର ଦୁଇ ରୋଜଗାରିଆ ବ୍ୟକ୍ତିକୁ ମାସେ ବ୍ୟବଧାନରେ ହରାଇବା ପରେ ମାନସିକ ଭାରସାମ୍ୟ ହରାଇଥିଲେ ଦିବ୍ୟା। ବୃଦ୍ଧା ଶାଶୁ ଓ ୪ ବର୍ଷର ପୁଅକୁ ନେଇ କିପରି ସଂସାର ଚଲାଇବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ।