କନକ ବ୍ୟୁରୋ: ଦୁର୍ଘଟଣାରେ ଚାଲିଗଲା ମା’ ଓ ଝିଅଙ୍କ ଜୀବନ । ବଲାଙ୍ଗୀର ପାଟଣାଗଡ ରାସ୍ତା ଉଳୁବା ନିକଟରେ ମର୍ମନ୍ତୁଦ ଦୁଘଟଣା ଘଟିଛି । କାର୍ ମା’ ଓ ଝିଅଙ୍କ ଉପରେ ଚଢିଯିବାରୁ ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି । ମୃତକ ଦୁଇ ଜଣ ହେଲେ ଉଳୁବା ଗାଁର ସରୋଜିନି ଧରୁଆ ଓ ତାଙ୍କ ଝିଅ ରୀତି ଧରୁଆ । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ପୁଲିସ ପହଞ୍ଚିି ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।