କଟକରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ? ପୋଲିସର ଛାନଭିନ୍…

395

କନକ ବ୍ୟୁରୋ: ବନ୍ଦ ଘରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର । କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀର ଏକ ଘର ଭିତରୁ ଉଦ୍ଧାର । ବନ୍ଦ ଘର ଭିତରେ ମାଆ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତଳେ ତାର ଝିଅ ପଡିଥିଲା ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଆଝିଅଙ୍କ ମୃତ୍ୟୁ ପଛର କାରଣ କଣ ଜଣାପଡିନି । ଦୁହେଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କିମ୍ବା ମାଆ ତା ଝିଅକୁ ମାରିଦେଇ ନିଜେ ଆତ୍ମହତ୍ୟା କରିଛି । ଏ ସମସ୍ତ ଦିଗ ଉପରେ ଅଧିକ ଛାନଭିନ ଚଳାଇଛି ବିଡାନାସୀ ପୋଲିସ ।