ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ ଦଳରେ ସାମିଲ ହେଲେ ରହକିମ କର୍ଣ୍ଣୱାଲ । ବିଶ୍ୱର ସବୁଠୁ ଅଧିକ ଓଜନର ଖେଳାଳୀ ଭାବେ ଜଣାଶୁଣା । 

ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ ଦଳରେ ସାମିଲ ହେଲେ ରହକିମ କର୍ଣ୍ଣୱାଲ । ବିଶ୍ୱର ସବୁଠୁ ଅଧିକ ଓଜନର ଖେଳାଳୀ ଭାବେ ଜଣାଶୁଣା । 

କନକ ବ୍ୟୁରୋ : ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ନିଜର ଦଳ ଘୋଷଣା କରିଛି । ଏହି ଟିମରେ ଦୁଇ ଜଣ ନବାଗତଙ୍କୁ ସାମିଲ କରାଯାଇଥିବା ବେଳେ ଚର୍ଚ୍ଚିତ ଅଲରାଉଣ୍ଡର ରହକିମ କର୍ଣ୍ଣୱାଲଙ୍କୁ ମଧ୍ୟ ସ୍ଥାନ ମିଳିଛି । କ୍ରେଗ ବ୍ରେଥୱେଟ ଦଳର ମଙ୍ଗ ସମ୍ଭାଳିବେ । ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଏହି ମ୍ୟାଚ୍ ସହ ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଅଭିଯାନ ଆରମ୍ଭ କରିବେ ।

ଘୋଷିତ ଦଳରେ ବ୍ୟାଟର କ୍ରିକ୍ ମ୍ୟାକେନଜିଙ୍କୁ ସ୍ଥାନ ମିଳିଛି । କ୍ରିକ୍ ଗତ କିଛି ଦିନ ପୂର୍ବେ ବାଂଲାଦେଶ ଏ ଦଳ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ସେହି ପ୍ରଦର୍ଶନକୁ ଭିତ୍ତି କରି ତାଙ୍କୁ ୱେଷ୍ଟଇଣ୍ଡିଜ ଦଳରୁ ଡାକରା ଆସିଛି । ସେହିଭଳି ଏଲିକ୍ ଅଥାନାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଉଭୟ ଖେଳାଳୀ ଭାରତ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିପାରନ୍ତି ।

ସେହିଭଳି ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳରେ ସ୍ଥାନ ପାଇଥିବା ରହକିମ କର୍ଣ୍ଣୱାଲଙ୍କୁ ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଟେଷ୍ଟ ଟିମରୁ ଡାକରା ଆସିଛି । ୱେଷ୍ଟଇଣ୍ଡିଜ ସ୍ପିନର ଗୁଡାକେଶ ମୋଟି ଆହତ ହେବା କାରଣରୁ କର୍ଣ୍ଣୱାଲଙ୍କୁ ଦଳରେ ସୁଯୋଗ ମିଳିଛି । କର୍ଣ୍ଣୱାଲ ଶେଷଥର ପାଇଁ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏବେ ପର୍ଯ୍ୟନ୍ତ କର୍ଣ୍ଣୱାଲ ୯ଟି ମ୍ୟାଚରୁ ୩୪ଟି ୱିକେଟ ନେଇଥିବା ବେଳେ ୨୩୮ ରନ୍ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe