୩୦ ମିନିଟରୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ହୋଇପାରେ ବ୍ରେନ କ୍ୟାନସର ! ସର୍ତକ କଲେ ଆଇଆଇଟି ମୁମ୍ବାଇର ବୈଜ୍ଞାନିକ

124

ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହାର ବ୍ୟବହାର କରୁଛନ୍ତି । ଅଧିକ ସମୟ ଧରି ସ୍ମାଟଫୋନ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ଜାଣିଥିଲେ ସୁଦ୍ଧା ଏହାକୁ କ୍ଷଣିକ ପାଇଁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି ଆଜିକାଲିର ଯୁବପିଢୀ । ଏପରିକି ରାତି ରାତି ଅନିଦ୍ରା ରହି ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି ଯୁବଗୋଷ୍ଠୀ । କହିବାକୁ ଗଲେ ପୂରାପୁରି ଭାବେ ସ୍ମାର୍ଟଫୋନର ମୋହରେ ପଡି ଯାଇଛନ୍ତି ଆଜିକାଲିର ଯୁବକ ଓ ଯୁବତୀ ମାନେ । ତେବେ ଏହି ଅଭ୍ୟାସ ଶରୀର ପାଇଁ କେତେ କ୍ଷତିକାରକ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

indian-kid-smartphone-user_1485107576ଅଧିକ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆଇଆଇଟି ମୁମ୍ବାଇର ଜଣେ ବୈଜ୍ଞାନିକ ସର୍ତକ ସୂଚନା ଦେଇଛନ୍ତି । ଇଲେକ୍ଟ୍ରିକାଲ ଇଂଜିନିୟରିଙ୍ଗ ବିଭାଗର ପ୍ରଫେସର ଗିରୀଶ କୁମାର ସତର୍କ କରାଇଛନ୍ତି ଯେ ୩୦ ମିନିଟରୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ।

ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସେମିନାରରେ ପ୍ରଫେସର ଗିରୀଶ କହିଛନ୍ତି, ମେଡିକାଲ ଗବେଷଣାରୁ ଜଣାପଡିଛି ଲମ୍ବା ସମୟ ଧରି ସ୍ମାର୍ଟଫୋନର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ରେନ କ୍ୟାନସର ହେବାର ଆଶଙ୍କା ଦେଖାଯାଇଥାଏ । ସାଧାରଣ ଲୋକଙ୍କ ଅପେକ୍ଷା ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ରେନ କ୍ୟାନସର ହେବାର ଆଶଙ୍କା ୪୦୦ ପ୍ରତିଶତ ଅଧିକ ରହିଥାଏ । ପ୍ରଫେସର କୁମାର ସ୍ମାର୍ଟଫୋନର ବିପଦକୁ ନେଇ ଭାରତ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, ଶିଶୁମାନଙ୍କ ପାଇଁ ସ୍ମାର୍ଟଫୋନର ବ୍ୟବହାର ସବୁଠାରୁ ଅଧିକ କ୍ଷତିକାରକ । କାରଣ ଶିଶୁ ମାନଙ୍କର ମସ୍ତିଷ୍କର ଉପରିଭାଗ ନରମ ଓ ପତଳା ହୋଇଥିବାରୁ ସ୍ମାର୍ଟଫୋନରୁ ବାହାରୁଥିବା ରେଡିଏସନର ପ୍ରଭାବ ଅଧିକ ଭାବେ ପଡିଥାଏ ।

images (1)wଏହାସହ କୁମାର କହିଥିଲେ ସେଲଫୋନରୁ ନିର୍ଗତ ହେଉଥିବା ରାଡିଆସନ ପଶୁ ଓ ଗଛ-ଲତାଙ୍କ ପାଇଁ ମଧ୍ୟ ମଧ୍ୟ ହାନିକାରକ । ଏହା ଶରୀରର ଡିଏନଏ ଉପରେ ଖରାପ ପ୍ରଭାବ ପକାଇଥାଏ । ଖାସକରି ଯୁବ ପିଢୀଙ୍କ ଉପରେ ଏହା ଅଧିକ ଖରାପ ପ୍ରଭାବ ପକାଇଥାଏ । ଅନିଦ୍ରା, ପାରକିନ୍ସନ ଓ ଅକାଳ ବାର୍ଦ୍ଧକ୍ୟ ଘଟାଉଥିବା ମସ୍ତିଷ୍କ ରୋଗର ଏହା ହେଉଛି ମୂଳ କାରଣ । ପ୍ରଫେସର କୁମାରଙ୍କ କହିବା ଅନୁଯାୟୀ, ଆଧୁନିକ ଜ୍ଞାନକୌଶଳ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ଅଧିକାଂଶ ଲୋକ ଆପଣାଇ ନେଲେଣି । ଏହାକୁ ଦୂରେଇବା ଏକ ପ୍ରକାର ଅସମ୍ଭବ ହୋଇଯାଇଛି । ଯଦି ସେଲଫୋନର ବ୍ୟବହାରକୁ ନେଇ ସମାଜରେ ସଚେତନ ସୃଷ୍ଟି ନକରାଯାଏ ତେବେ ଏହା ବହୁତ ବଡ କ୍ଷତି ପହଂଚାଇବ ।