ପାହାଡ ଚଢିବାର ଅଜବ ନିଶା: କୋରାପୁଟରେ ଦୁର୍ଗା ପାହାଡ ଚଢିଲେ ୩ଶହରୁ ଅଧିକ ଲୋକେ

127

କନକ ବ୍ୟୁରୋ: ଯୁବପୀଢିଙ୍କ ପାହାଡ ଚଢା ନିଶା । ୩ ଶହରୁ ଅଧିକ ଲୋକ ପାହାଡ ଚଢି ଏକ ନୂଆ ରେକର୍ଡ କରିଛନ୍ତି । ଏଥିରେ ୬ ବର୍ଷ ଛୁଆରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବି ହୋଇଛନ୍ତି ସାମିଲ । ମନରେ ଗୋଟିଏ ଝୁଙ୍କ୍ ସେମାନେ ପାହାଡ ଚଢିବେ । ପାହାଡ ଉପରେ ଥିବା ମନୋରମ ଦୃଶ୍ୟକୁ ଉପଭୋଗ କରିବେ । ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟରେ । ସେଠାରେ ଥିବା ଦୁର୍ଗା ପାହାଡ ଉପରକୁ ଚଢିବାରେ ସାମିଲ ହୋଇଛନ୍ତି ଏହି ଅଂଚଳର ଛୋଟରୁ ବଡ ସମେତ । ସାଙ୍ଗ ସାଥଇ ହୋଇ ମେଳି ହୋଇ ପାହାଡ ଚଢାର ମଜା ଉଠାଉଛନ୍ତି । ସମସ୍ତଙ୍କ ମନରେ ଜଙ୍ଗଲ ପାହାଡ ପ୍ରକୃତିର ଅବଦାନ । ତେଣୁ ଏହାର ସୌନ୍ଦର୍ଯ୍ୟକୁ ହାତଛଡା ନକରି ମନଭରି ଉପଭୋଗ କରିବା ଦରକାର । ଯାହାକି ଏକ ବରଦାନ ଅନୁଭବ ।