ଖୁବଶୀଘ୍ର ହ୍ୱାଟ୍ସଆପ ଆଣିବ ନୂଆ ଫିଚର ! ଅଧିକ ସୁରକ୍ଷିତ ହେବ ଆପଣଙ୍କ ଅନଲାଇନ୍ ଚାଟିଂ ।

135

କନକ ବ୍ୟୁରୋ: ହ୍ୱାଟ୍ସଆପ୍ ଆଣିବ ନୂଆ ଫିଚର । ସୋସିଆଲ ମିଡ଼ିଆରେ ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ୍ ଏବଂ ଗୁଜବକୁ ରୋକିବାକୁ ନୂଆ ପ୍ରୟାସ । ଅନ୍ଲାଇନ୍ ଚାଟିଂକୁ ଆହୁରି ସୁରକ୍ଷିତ କରିବା ପାଇଁ ମେସେଜିଙ୍ଗ ଆପ୍ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହି ଫିଚର ଆସିବା ଦ୍ୱାରା କେହି ଆପଣଙ୍କ ଫୋନ ନେଇ ଆପଣଙ୍କ ଚାଟିଂକୁ ପଢ଼ି ପାରିବେ ନାହିଁ ।


ହ୍ଵାଟ୍ସଆପ୍ ପକ୍ଷରୁ ଜାରି ହୋଇଥିବା ଟୁଇଟ୍ ପରେ ଖବରଟି ସାମ୍ନାକୁ ଆସିଛି । ହ୍ଵାଟ୍ସଆପ୍ ଫିଚର ଉପରେ ନଜର ରଖୁଥିବା ଓ୍ଵାବବେଟାଇନଫୋ ତରଫରୁ କରାଯାଇଥିବା ଟୁଇଟ୍ ଅନୁଯାୟୀ, ହ୍ୱାଟ୍ସଆପ୍ ବେଟା ଆଣ୍ଡ୍ରୋଏଡ୍ ୨.୧୯.୩ ଅପ୍ଡ଼େଟରେ ବ୍ୟବହାରକାରୀଙ୍କୁ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଦିଆଯିବ । ଏହା ଛଡ଼ା ଫେସ୍ ଆଇଡି ଏବଂ ଟଚ୍ ଆଇଡି ଉପରେ ମଧ୍ୟ ହ୍ଵାଟ୍ସଆପ୍ କାମ କରିବ ବୋଲି ଜଣା ପଡ଼ିଛି ।

ସେପଟେ ଏହି ସବୁ ଫିଚର ଖୁବ୍ ଶୀଘ୍ର ଆଇଓଏସ୍ରେ ମଧ୍ୟ ଉପଲବ୍ଧ ହେବ। ବୋଲି ହ୍ୱାଟ୍ସଆପ ପକ୍ଷରୁ ହୋଇଥିବା ଟ୍ୱିଟ୍ ରୁ ଜଣାପଡ଼ିଛି । ହ୍ଵାଟ୍ସଆପ୍ରେ ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟିର ସୁବିଧା ପୂର୍ବରୁ ଥିଲା । କିନ୍ତୁ ପୂର୍ବରୁ ତୃତୀୟ ପକ୍ଷ ଜରିଆରେ ଏହି ସୁବିଧା ବ୍ୟବହାରକାରୀଙ୍କୁ ଦିଆ ଯାଉଥିବା ବେଳେ ଏବେ ଏହା ହ୍ଵାଟ୍ସଆପ୍ ପକ୍ଷରୁ ସିଧାସଳଖ ଭାବରେ ବ୍ୟବହାରକାରୀଙ୍କୁ ମିଳି ପାରିବ ।