ମା’କୋଳରୁ ଚୋରୀ ହେଲା ୮ ମାସର ଶିଶୁ ! ସାକ୍ଷୀ ରହିଲା ସିସିଟିଭି , ଅଭିଯୁକ୍ତ ଦମ୍ପତୀଙ୍କୁ ଖୋଜୁଛି ପୋଲିସ୍ । ଦେଖନ୍ତୁ ଭିଡିଓ

555

ଉତ୍ତରପ୍ରଦେଶ ମୁରାଦାବାଦ୍ ଜିଲ୍ଲାରେ ପିଲାଚୋରୀର ଏକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଜଣେ ମହିଳା ଏବଂ ପୁରୁଷଙ୍କୁ ପିଲାଚୋରୀ କରୁଥିବାର ଦେଖାଯାଉଛି । ଘଟଣାଟି ହେଉଛି ଅକ୍ଟୋବର ୭ ତାରିଖର । ମୁରାଦାବାଦ୍ ଗଲସହିଦ୍ ଅଞ୍ଚଳର ରୋଡବେଜ୍ ବସଷ୍ଟାଣ୍ଡରେ ନିଜ ମା’ପାଖରେ ଶୋଇଥିବା ୮ ମାସର ଶିଶୁଟିକୁ ଏହି ଦମ୍ପତୀ ଏଭଳି ଭାବେ ଚୋରୀ କଲେ ଯେ ପାଖରେ ଶୋଇଥିବା ମା’ କୁ ମଧ୍ୟ ଏହାର ଆଭାସ  ହେଲାନାହିଁ ।  ପିଲାଚୋରୀ ହେବା ପରେ  ମୁରାଦାବାଦ୍ ପୋଲିସ୍ ଆକ୍ସନକୁ ଆସିଛି । ସିସିଟିଭି ଫୁଟେଜ୍ ମାଧ୍ୟମରେ ଦୁଇ ଅଭିଯୁକ୍ତଙ୍କ ପରିଚୟ ଜଣାପଡିଛି ଏବଂ ଦୁହିଁଙ୍କ ବିରୋଦ୍ଧରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଅଭିଯୁକ୍ତଙ୍କୁ ତନ୍ନ ତନ୍ନ କରି ଖୋଜୁଛି ପୋଲିସ୍ ।

ଆପଣଙ୍କୁ କହିରଖୁଛୁ ସେପ୍ଟେମ୍ବର ୮ ତାରିଖରେ ଦିଲ୍ଲୀର ଓଖଲାରୁ ଭିଡ଼ହିଂସାର ଖବର ସାମ୍ନାକୁ ଆସିଥିଲା । ସଂଜୟ କଲୋନୀରେ ପିଲାଚୋରୀ ମାମଲାରେ ଅଭିଯୁକ୍ତ ୨ ମହିଳାଙ୍କୁ ସ୍ଥାନୀୟ ଲୋକେ ଖୁବ୍ ପିଟିଥିଲେ ଏବଂ ପୋଲିସ୍ ରେ ଦେଇଥିଲେ । ପୋଲିସ୍ ଏହି ମାମଲାରେ ଅପହରଣ କେସ୍ କରି ଧାରା ୩୬୩ ରେ ଦୁଇ ମହିଳାଙ୍କୁ ଗିରଫ କରିଥିଲା ।