ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ । ପ୍ରମାଣ ଥାଇ ବି ଯାଜପୁର ପୋଲିସର ହାତ ଖାଲି ।

312

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାକୁ ମାସେ ବିତିଗଲାଣି, ହେଲେ ପୋଲିସ ହାତ ଖାଲି ପିଡ଼ିଛି । ମୃତ୍ୟୁ ଉପରୁ ଏବେ ବି ରହସ୍ୟ ଖୋଲିପାରୁନି ପୋଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଭିସେରା ରିପୋର୍ଟ ସହ ଯଥେଷ୍ଟ ପ୍ରମାଣ ଥିଲେ ମଧ୍ୟ ମୃତ୍ୟୁ ଉପରୁ ରହସ୍ୟ ଉଠି ପାରୁନି । ଯାଜପୁର ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଝରାଫୁଲଙ୍କ ବାପା । ତଥ୍ୟ ପ୍ରମାଣ ଥିଲେ ମଧ୍ୟ ମୃତ୍ୟୁର ଖିଅ ପାଉନି ପୋଲିସ ।

କୁଆଡ଼େ ଗଲା ଅନ୍ୟ ଅଭିଯୁକ୍ତ ଶେଖର । ତାକୁ ନେଇ ପ୍ରଶ୍ନ ଉଠିଛି । ଝରାଫୁଲ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ରହଥିବା ଗେଷ୍ଟ ହାଉସ, ସିସିଟିଭି ଫୁଟେଜ ଓ ସେଠାକାର କର୍ମଚାରୀଙ୍କୁ ଜେରା, ଭିସେରା ରିପୋର୍ଟ, ମୁଖ୍ୟ ଅଭିଯୁକ୍ତ ରାକେଶକୁ ଜେରା ହୋଇଥିଲେ ମଧ୍ୟ ଏଯାଏଁ ମୃତ୍ୟୁ ଉପରୁ ରହସ୍ୟ ଉଠିନି । ରାକେଶକୁ ଜେରା ପରେ ଆଉ କେତେ ପ୍ରମାଣ, ପୋଲିସକୁ ଦରକାର ବୋଲି ଝରାଫୁଲଙ୍କ ବାପା କହିଛନ୍ତି । ସେହିପରି ପୋଲିସ ରାଜନୈତିକ ଚାପରେ କାମ କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।