ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସ !

24

କନକ ବ୍ୟୁରୋ : ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିବସ । ୧୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟଦିବସ ରହିଛି । ଏହା ମଧ୍ୟରେ ୬ଟି ସରକାରୀ ଓ ୨ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଗତକାଲି ସକାଳ ୧୧ଟାରେ ଅଧିବେଶନ ଆରମ୍ଭ ହେବା ପରେ ଦିବଙ୍ଗତ ବିଧାୟକ ସୁବଳ ସାହୁ, ସୁର ସେଠୀ ଓ କନେଷ୍ଟବଳ ଲକ୍ଷ୍ମୀକାନ୍ତ ଜାନୀଙ୍କ ବିୟୋଗରେ ଗୃହରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । ଶୋକପ୍ରସ୍ତାବ ପାରିତ ହେବା ପରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଚଳିତ ବିଧାନସଭାରେ ୯ଟି ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।