ଧୋକ୍କା ଦେବନି ମୌସୁମୀ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚାଷୀଙ୍କ ପାଇଁ ଖୁସି ଖବର ନେଇ ଆସୁଛି ମୌସୁମୀ । ଚଳିତବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ସ୍ୱାଭାବିକ ବର୍ଷା ହେବା ନେଇ ୯୬ ପ୍ରତିଶତ ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମୌସୁମୀର ପାରିପାଶ୍ୱିର୍କ ସ୍ଥିତିକୁ ଲକ୍ଷ୍ୟରେ ରଖି ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତର-ପଶ୍ଚିମ ଭାରତରେ ୧୦୮ ପ୍ରତିଶତ ବର୍ଷା, କେନ୍ଦ୍ର ଓ ଦଣିକ୍ଷ ଭାରତରେ ୧୧୩ ପ୍ରତିଶତ ବର୍ଷା ହେବାର ଆକଳନ କରାଯାଇଛି । ତେବେ ଉତର-ପୂର୍ବାଚଂଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ । ଏପଟେ ଆସନ୍ତା ୪ କିମ୍ବା ୫ ସୁଦ୍ଧା ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ୫ ତାରିଖରୁ ଉତର ଓଡିଶାରେ ଏବଂ ୬ କିମ୍ବା ୭ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ଲାଗିି ରହିବ । ଗତବର୍ଷ ଦୁର୍ବଳ ମୌସୁମୀ ଯୋଗୁଁ ଦେଶର ୧୦ଟି ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ କେନ୍ଦ୍ର ସରକାରଙ୍କୁ ପ୍ରାୟ ୧୦ ହଜାର କୋଟି ମରୁଡି ସହାୟତା ପ୍ରଦାନ କରିଥିଲେ ।