ବହି ଯାଉଥିଲା ପାଣି, ଶୁଖିଲା ପତ୍ର ସାହାଯ୍ୟରେ ପାଣି ଅଟକାଇବାକୁ ଚେଷ୍ଟା କରୁଥିଲା ମାଙ୍କଡ । ମାଙ୍କଡଟିର ଏହି ଭିଡିଓ ଦେଖିଲେ ଜଳ ନଷ୍ଟ କରୁଥିବା ଶିକ୍ଷିତ ସମାଜର ମୁଣ୍ଡ ନଇଁଯିବ ।

623

କନକ ବ୍ୟୁରୋ : ପ୍ରେରଣା ଏବଂ ବାର୍ତ୍ତାର ଏହା ଏପରି ଏକ କାହାଣୀ ଯାହା ଆପଣଙ୍କୁ ସଚେତନତାର ଭିନ୍ନ ଏକ ରାସ୍ତା ଦେଖାଇବ । ଯେଉଁଠି ଶିକ୍ଷିତ ସମାଜ ଜଳ ନଷ୍ଟ କରିଚାଲିଛି, ସେଠାରେ କିଭଳି ଏକ ମାଙ୍କଡ ପାଣି ବୁନ୍ଦାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଚାଲିଛି ଦେଖନ୍ତୁ ।

ଜଳ ସଙ୍କଟକୁ ଦୃଷ୍ଟିରେ ରଖି ବିଭିନ୍ନ ଉପାୟରେ କିପରି ଜଳ ସଂରକ୍ଷଣ କରାଯାଇ ପାରିବ ତାହାକୁ ନେଇ ଅନେକ ସମୟରେ ସଚେତନ କାର୍ଯ୍ୟକ୍ରମ କରାଯାଇଥାଏ । ଏବେ ତ ଦେଶରେ ଏହି ସମସ୍ୟା ହଟାଇବା ପାଇଁ ବିଶେଷ ଜଳଶକ୍ତି ମନ୍ତ୍ରାଳୟ ବି ପ୍ରସ୍ତୁତ କରାଯାଇଛି । ଏସବୁ ସତ୍ତ୍ୱେ ଲୋକମାନେ ଏହି ଜଳସଙ୍କଟକୁ ଗମ୍ଭୀରତା ସହ ନେଉ ନ ଥିବା ଦେଖିବାକୁ ମିଳିଛି  ।

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ମାଙ୍କଡ଼ର  ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି କି ମାଙ୍କଡ଼ କିପରି ପାଇପ୍‌ରୁ ବୋହି ଯାଉଥିବା ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛି ।  ଟୁଇଟର ବ୍ୟବହାରକାରୀ ନୀହାରିକା ସିଂହ ପଂଜେତା ୧୪ ସେକେଣ୍ଡର ଏହି ଭଡିଓକୁ ଟୁଇଟରରେ ସେୟାର କରିଛନ୍ତି । ଯାହା ବହୁତ ପ୍ରେରଣା ଦାୟକ ଭିଡିଓ ବୋଲି କୁହାଯାଉଛି । ବ୍ୟବହାରକାରୀ ମାଙ୍କଡ଼କୁ ହିରୋ ବୋଲି କହୁଛନ୍ତି ।

ନୀହାରିକା ସିଂହ ପଂଜେତା ଭିଡିଓ ସେୟାର କରି ଲେଖିଛନ୍ତି, ପଶୁପକ୍ଷୀ କେତେ କ’ଣ କରି ପାରୁଛନ୍ତି, କିନ୍ତୁ ମନୁଷ୍ୟକୁ କ’ଣ ହୋଇଛି କିଛି ବୁଝି ହେଉ ନାହିଁ । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଭଙ୍ଗା ପାଇପ୍‌ରୁ ପାଣି ବୋହି ଯାଉଛି । ପାଣି ବୋହି ଯାଉଥିବା ଦେଖି ଏକ ମାଙ୍କଡ଼ ଧାଇଁ ଆସି ତଳେ ପଡ଼ିଥିବା ଶୁଖିଲା ପତ୍ର ସାହାଯ୍ୟରେ ସେହି ବହି ଯାଉଥିବା ପାଣିକୁ ଅଟକାଇବା ପାଇଁ ଚେଷ୍ଟା କରୁଛି । ଏହି ଭିଡିଓକୁ ଏଯାବତ୍ ୩୦୦୦ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୫୦୦ରୁ ଅଧିକ ଲାଇକ୍ସ ମିଳିଛି ।