ନାଳ ପାଣିରେ ପଶି କଂଗ୍ରେସ ବିଧାୟକ ମୋକିମଙ୍କ ପ୍ରତିବାଦ : ପେଟାନାଳର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାମ ବିଳମ୍ବ ହେଉଥିବା ଅଭିଯୋଗ

115

କନକ ବ୍ୟୁରୋ : ନାଳ ପାଣିରେ ପଶି ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିବାଦ । କଟକରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପ୍ରତିବାଦ କରିଛନ୍ତି । ପେଟାନାଳର ପୁନରୁଦ୍ଧାର ନହେଲେ ଆଗାମୀ ଦିନରେ ପ୍ରତିବାଦ ସହ ମହାନଗର ନିଗମ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ।

ଆଗକୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ପେଟାନାଳ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟରେ ଜାଣିସୁଣି ବିଳମ୍ବ କରାଯାଉଥିବା ଅଭିଯୋଗ କରି ଜନ ସମ୍ପର୍କ ପଦ ଯାତ୍ରା କରିଛନ୍ତି ବିଧାୟକ ।  ମୋକିମଙ୍କ ସହ ତାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥଲେ ।