ପଡ଼ୋଶୀ ରାଜ୍ୟରେ ପାଠପଢ଼ାର ନୂଆ ଢ଼ାଂଚା : ଛତିଶଗଡ଼ରେ ସଫଳ ହୋଇଥିବା ଏହି ନିଆରା ଶିକ୍ଷାଦାନକୁ ଏବେ ଅନୁକରଣ କରୁଛନ୍ତି ଓଡ଼ିଶା ସମେତ ଅନ୍ୟ ରାଜ୍ୟ

113

କନକ ବ୍ୟୁରୋ : କେମିତି ହୁଏ ମୋହଲ୍ଲା କ୍ଲାସ । ଛତିଶଗଡ ଜିଲ୍ଲା ସୁକୁମା ଜିଲ୍ଲା ଝାପରା ଗାଁରେ ସ୍ଥିତି ଅନୁଧ୍ୟାନ । ଛତିଶଗଡରେ ସଫଳ ହୋଇଥିବା ମୋହଲ୍ଲା କ୍ଲାସ ବ୍ୟବସ୍ଥାକୁ ଏବେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟ ଅନୁସରଣ କରୁଛନ୍ତି । କରୋନା କାଳରେ ପିଲାଙ୍କ ଶିକ୍ଷା ଦାନ ଲାଗି ପ୍ରଥମ ପର୍ଯ୍ୟାୟରୁ ମୋହଲ୍ଲା କ୍ଲାସକୁ ଆରମ୍ଭ କରିଥିଲା ଛତିଶଗଡ ଶିକ୍ଷା ବିଭାଗ ।

ଭିନ୍ନ ଭିନ୍ନ ଶ୍ରେଣୀର ପିଲାଙ୍କୁ ଗାଁର ଭିନ୍ନ ଭିନ୍ନ ସ୍ଥାନରେ ବସାଇ ଶିକ୍ଷକ ମାନେ ପାଠ ପଢାନ୍ତି । ଆଉ ପିଲାଙ୍କ ଆଗ୍ରହ ଓ ଉପସ୍ଥାନକୁ ଦେଖି କରୋନାର ଦ୍ୱିତୀୟ ଲହରରେ ମଧ୍ୟ ଏହାକୁ ବ୍ୟାପକ ଭାବେ ଜାରି ରଖିଛି ଛତିଶଗଡ ସରକାର । ତେବେ ଅଗଷ୍ଟ ୨ ତାରିଖରୁ ଛତିଶଗଡ ସରକାର ଅଷ୍ଟମ, ଦଶମ ଓ ଦ୍ୱାଦଶ ପିଲାଙ୍କ ଲାଗି ସ୍କୁଲ ଖୋଲିବାକୁ ନିଷ୍ପତି ନେଇଥିବା ବେଳେ ବଳକା ଶ୍ରେଣୀରେ ପାଠ ପଢା ଏହି ମୋହଲ୍ଲା କ୍ଲାସ ବ୍ୟବସ୍ଥାରେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଛତିଶଗଡର ଶିକ୍ଷକ ।