କନକ ବ୍ୟୁରୋ : ଜବରଦସ୍ତ ବିଜୟ ସହ ଆସେସ ସିରିଜକୁ ବରାବର କରିଛି ଇଂଲଣ୍ଡ । ପ୍ରଥମ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବାଜି ମାରିଥିବା ବେଳେ ଶେଷ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ବିଜୟ ସହ ଚଳିତ ଆସେସ ସିରିଜକୁ ବରାବର କରିଛି ଇଂଲଣ୍ଡ ଟିମ୍ । ଶେଷ ମ୍ୟାଚରେ ବିଜୟ ପଛରେ ଷ୍ଟୁଆର୍ଟ ବ୍ରଡ ଓ ମୋଇନ ଅଲ୍ଲୀଙ୍କର ବଡ ଭୂମିକା ରହିଥିଲା । ଓଭାଲ ଟେଷ୍ଟରେ ବିଜୟ ପରେ ଷ୍ଟୁଆର୍ଟ ବ୍ରଡ ଓ ମୋଇନ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମୋଇନ ଅଲ୍ଲୀ ଦ୍ୱିତୀୟ ଥର ପାଇଁ ଅବସର ଘୋଷଣା କରିଛନ୍ତି ।
ଆସେସ ସିରିଜ ପୂର୍ବରୁ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିଲେ ମୋଇନ ଅଲ୍ଲୀ । କିନ୍ତୁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଅନୁରୋଧକ୍ରମେ ପୁଣିଥରେ ଜାତୀୟ ଦଳକୁ ଫେରିଥିଲେ ମୋଇନ । କିନ୍ତୁ ଆସେସର ଶେଷ ମ୍ୟାଚରେ ବିଜୟ ପରେ ମୋଇନ କହିଛନ୍ତି, ଏଥର କୌଣସି ପରିସ୍ଥିତିରେ ମଧ୍ୟ ପୁଣିଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବି ନାହିଁ । ଏହା ମୋର ଶେଷ ନିଷ୍ପତ୍ତି ।
Moeen Ali confirms his retirement from Test cricket
🗣️ "I know I'm done. If Stokesy messages me again, I am going to delete it!" 🤣 pic.twitter.com/4CBeOp97qT
— Sky Sports Cricket (@SkyCricket) July 31, 2023
ମୋଇନ ଅଲ୍ଲୀ କହିଛନ୍ତି, ଯଦି ବେନ ଷ୍ଟୋକ୍ସ ପୁଣିଥରେ ମୋତେ ମେସେଜ କରନ୍ତି ତେବେ ଏହାକୁ ମୁଁ ଡିଲିଟ୍ କରିଦେବି । ଏବେ ମୋର ଟେଷ୍ଟ କ୍ୟାରିୟର ଶେଷ ହୋଇଛି । ପୁଣିଥରେ ଦଳକୁ ଫେରିବା ନିଷ୍ପତ୍ତି ବେଶ ଚ୍ୟାଲେଞ୍ଜମୟ ଥିଲା କାରଣ ଅଷ୍ଟ୍ରେଲିଆ ବିପକ୍ଷରେ କେବେ ଭଲ ପ୍ରଦର୍ଶନ କରିନଥିଲି । ତେଣୁ ଯେତେବେଳେ ଷ୍ଟୋକ୍ସ ମୋତେ ଦଳକୁ ଫେରିବାକୁ ଯୋଗାଯୋଗ କଲେ ସେତେବେଳେ ମନା କରିପାରିନଥିଲି । କାରଣ ଏଭଳି ଶାନଦାର ଟିମ୍ ସହ କାହିଁକି ନ ଖେଳିବି ବୋଲି ଭାବିଥିଲି । ଶେଷ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩ଟି ୱିକେଟ ନେଇ ମୋଇନ ଦଳକୁ ବଡ ବିଜୟ ଭେଟି ଦେଇଥିଲେ । ଟ୍ରାଭିସ ହେଡ୍, ମିସେଲ ମାର୍ଶ ଓ ପ୍ୟାଟ କମିନ୍ସଙ୍କୁ ଆଉଟ କରିଥିଲେ ମୋଇନ ଅଲ୍ଲୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/bb20fb73-52f8-44ab-95f9-b0191a82f8b1.jpg)