କନକ ବ୍ୟୁରୋ: ଜି-୨୦ ସମ୍ମିଳନୀ ନେଇ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଜି-୨୦ କାର୍ୟ୍ୟକ୍ରମ ସ୍ଥଳକୁ ଅଫିସିଆଲ କାର ନନେବା ପାଇଁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ରୀମାନେ ନିଜ ନିଜ ଗାଡିରେ ସଂସଦ ଭବନରେ ପହଞ୍ଚିବେ । ସେଠାରୁ ଏକ ଭ୍ୟାନରେ ରାତ୍ରିଭୋଜନ ପାଇଁ ବ୍ୟବସ୍ଥା ହୋଇଥିବା ମଣ୍ଡପକୁ ନିଆଯିବ । ଏଥି ସହ ମନ୍ତ୍ରୀମାନେ ଭେଟିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କୁ ସଂସ୍କୃତି ସହ ପରିଚିତ ହେବାକୁ ମଧ୍ୟ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସେମାନଙ୍କ ରହଣି ଚଳଣି, ଖାଦ୍ୟପେୟ ଏବଂ ସଂସ୍କୃତିର ମୌଳିକ ଦିଗ ସହ ପରିଚିତ ହେବେ । ଅନୁମତି ପାଇନଥିବା ମନ୍ତ୍ରୀମାନେ ଜି-୨୦ ସମ୍ମିଳନୀ ବାବଦରେ କୌଣସି ପ୍ରତିକ୍ରିୟା ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାତ୍ରିଭୋଜନ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରିତ କରାଯାଇଛି । ସେମାନେ ଶନିବାର ସାଢେ ୫ଟା ସୁଦ୍ଧା ସେମାନଙ୍କ ନିଜ ଗାଡିରେ ସଂସଦ ଭବନରେ ପହଞ୍ଚିବେ । ସେହିପରି ବିମାନ ବନ୍ଦରକୁ ଯେଉଁମାନେ ସ୍ୱାଗତ କରିବା ପାଇଁ ଯିବେ ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଯେପରି ଠିକ୍ ଭାବେ କରାଯିବ, ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।