ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଗୁଜରାଟ । ମତ ଅଧିକାର ସାବ୍ୟସ୍ତ କଲେ ମୋଦୀଙ୍କ ମାଆ ହୀରାବେନ୍ ।

74

କନକ ବ୍ୟୁରୋ: ଅହମ୍ମଦାବାଦରେ ଭୋଟ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରନିକ୍ ଅଞ୍ଚଳର ନିଶାନ୍ ପବ୍ଲିକ ସ୍କୁଲରେ ନିଜ ସମର୍ଥକଙ୍କ ଗହଣରେ ମତଦାନ କେନ୍ଦ୍ରରେ ପହଞ୍ଚିି ୧୭୭ ନମ୍ବର ବୁଥରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିଭଳି ମୋଦୀଙ୍କ ମାଆ ହୀରାବେନ୍ ମୋଦୀ ମଧ୍ୟ ଆଜି ମତଦାନ କରିଛନ୍ତି । ଗାନ୍ଧୀନଗରର ଏକ ମତଦାନ କେନ୍ଦ୍ରରେ ସେ ଭୋଟ୍ ଦେଇଛନ୍ତି । ତା ପୂର୍ବରୁ ମୋଦୀଙ୍କ ଭାଈ ସୋମାଭାଇ ମୋଦୀ ମଧ୍ୟ ମତଦାନ କରିଛନ୍ତି । ଭୋଟ୍ ଦେବା ସମୟରେ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ ମୋଦୀଙ୍କ ଭାଇ । ୨୦୧୪ ପରଠାରୁ ଦେଶରେ ଯେଉଁ ସବୁ ଉନ୍ନତି ମୂଳକ କାମ ହୋଇଛି ତାକୁ କୌଣସି ଲୋକ ନଜର ଅନ୍ଦାଜ କରିପାରିବନି ବୋଲି ସେ କହିଛନ୍ତି ।